ବ୍ଳକ କର୍ମଚାରୀଙ୍କ ଦାଦାଗିରିରେ ପିସି ହେଉଛନ୍ତି ଗରିବ

କଣ୍ଟାବାଞ୍ଜି/ବେଳପଡ଼ା – ବଲାଙ୍ଗିର ଜିଲ୍ଲାର ବେଲପଡ଼ା ବ୍ଲକରେ ଚାଲିଛି ବ୍ଳକ କର୍ମଚାରୀଙ୍କ ଦାଦାଗିରି, ଯେଉଁ ଦାଦାଗିରି ଗରିବ ଖଟିଖିଆ ପିସି ହେଉଛନ୍ତି, ଏପରି ଏକ ଅଭିଯୋଗ ଆଣିଛନ୍ତି ବାଗଦୋର ଗ୍ରାମ ପଞ୍ଚାୟତର ଡୁଡକାମାଲ ଗାଁର ସୁରେନ୍ଦ୍ର ସୁନାଙ୍କ ସ୍ତ୍ରୀ ସ୍ୱପ୍ନ ଓ ଅନି ସୁନାଙ୍କ ସ୍ତ୍ରୀ ଜ୍ଞାନଦେଇ, ଏମାନେ ଦୁଇ ଶାସ ବହୁ କହିବା ଅନୁଯାୟୀ ବର୍ଷକୁ ଏମାନେ ଗାଁରେ ୬ ମାସ ପର୍ଯ୍ୟନ୍ତ ରହନ୍ତି ବାଙ୍କି ୬ ମାସ ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାନ୍ତି, ତେଣୁକରି ଏମାନଙ୍କ ରାସନ କାର୍ଡକୁ ବିଭାଗୀୟ ଅଧିକାରୀ ବ୍ଳକ କରିଦେଇଛନ୍ତି ଫଳରେ ଚାଉଲ ବା ବିଭିନ୍ନ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି, ବେଲପଡ଼ା ବ୍ଳକରେ ୧୬ ଥର ଅଭିଯୋଗ କରିଛନ୍ତି ତଥାପି କୌଣସି ସମାଧାନ କରାଯାଇ ନାହିଁ, ତେଣୁକରି ଜିଲାପାଳଙ୍କୁ ଭେଟିବାକୁ ଜନ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମକୁ ଅଭିଯୋଗ କରିବାକୁ ଯାଇଥିଲେ ହେଲେ ଜଣେ ଡାଟା ଏଣ୍ଟ୍ରି ଅପରେଟର ତୁମର କାମ ହୋଇଗଲା କହି ଫେରାଇ ଦେଇଥିଲେ, ବର୍ତ୍ତମାନ ଆମେ ଚାଉଳ ଆଣିବା ପାଇଁ ପଞ୍ଚାୟତକୁ ଯିବାରୁ ଚାଉଳ ନ ମିଳିବା ପାଇଁ ସେହି କର୍ମଚାରୀକୁ ଭେଟିବାକୁ ଆସିଛୁ ବୋଲି କହିଥିଲେ, ଆମ ପ୍ରତିନିଧି ସବୁ କଥା ଶୁଣିଲା ଉତାରୁ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟରକୁ ଭେଟି ପଚାରିବାରୁ ସେ ମହାଶୟ ଗଣମାଧ୍ୟମ ପ୍ରତିନିଧିଙ୍କ ପରିଚୟ ଜାଣିବା ସ୍ୱତ୍ତେ ବି ଦୁର୍ବ୍ୟବହାର କରିଥିଲେ, ତଥା ନିଜକୁ ସପ୍ଲାଇ ଇନ୍ସପେକ୍ଟର ପରିଚୟ ଦେଇ ତୁ ତା କରି କଥା ବାର୍ତ୍ତା କରିବାରୁ ଆମ ପ୍ରତିନିଧି ଟିକେ ଭଲ କି କଥା ବାର୍ତ୍ତା କରନ୍ତୁ ଆପଣଙ୍କୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରି ଆସେନି କି ବୋଲି କହିବାରୁ ଅନ୍ୟ ଜଣେ କର୍ମଚାରୀ କଥାକୁ ସଳଖାଇବା ହିସାବରେ ଆପଣ ସେ ଜାଣିପାରିଲେ ନାହିଁ ବୋଲି କହିଥିଲେ, କଣ ସାଧାରଣ ଲୋକଙ୍କୁ ଯାହା ପାରି ତାହା କରନ୍ତି କି ଏହି ବ୍ଲକରେ..? ଏପରି ଦାଦାଗିରି କଣ ପାଇଁ..? ବ୍ଲକର ସମସ୍ତ ଗାଁରେ ଏପରି ସମସ୍ୟା ଲାଗି ରହିଛି କେଉଁ ଗାଁରେ ୫ ଟି ତ କେଉଁ ଗାଁରେ ୧୦ ଟି ଏହିପରି ସମସ୍ୟା ରହିଛି, କେଉଁ ପରିବାରରେ ୪ ଜଣ ସଦସ୍ୟ ଥିଲେ ଜଣକର ମିଲୁଛି ବାଙ୍କି ୩ ଜଣକର ମିଲୁନି,  ଯଦି ଏହି ସବୁ ସମସ୍ୟା ବିଷୟରେ କର୍ମଚାରୀଙ୍କୁ ପଚାରିଲେ ଦୁର୍ବ୍ୟବହାର କରି ଦାଦାଗିରି କରୁଛନ୍ତି, ତେଣୁକରି ଜିଲ୍ଲାପ୍ରଶାସନ ଏଦିଗରେ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା

Leave A Reply

Your email address will not be published.