ବଲାଙ୍ଗୀର- ଏଇ କିଛି ଦିନ ଆଗରୁ ଭୁବନେଶ୍ୱର ରେ କୋଶଳ ପ୍ରେମୀ ମାନେ ରାଜ୍ୟ ସରକାରଙ୍କ ପାତରଅନ୍ତର ନୀତିକୁ ନେଇ ଅଲଗା କୋଶଳ ରାଜ୍ୟ ଦାବିରେ ନିଜର ଜୋରଦାର ଦାବି ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଗତକାଲି କୋଶଳ ଯୁବଶକ୍ତି ଡାକରରାରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଆବାହକ ଶୁଶିଲ କୁମାର ଗୁରୁ ଙ୍କ ନେତୃତ୍ବରେ ଭାରତର ରାଜଧାନୀ ଦିଲ୍ଲୀର ଯନ୍ତର୍ ମନ୍ତର୍ ଠାରେ ପଶ୍ଚିମ ଓଡିଶା ର ବହୁ କୋଶଳ ପ୍ରେମୀ ଏକଜୁଟ ହୋଇ ଏକ ରେଲି କରିବା ସହ ଅଲଗା କୋଶଳ ରାଜ୍ୟ ପାଇଁ ଦାବି ଉପସ୍ଥାପନା କରି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଆନ୍ଦୋଳନ ରେ କେତେ ଭୁଷଣ ସାହୁ,ଡିଙ୍ଗର କୁମ୍ଭାର, ସୁବାଷ ଆଚାର୍ଯ୍ୟ,ଜନ୍ ସନ୍ ନାଗର, ରାଜେନ୍ଦ୍ର ମିଶ୍ର,ଲବ ସୋନା,ଯୁବରାଜ ବିଭାର, ଶାନ୍ତନୁ ବୁଦ୍ଧିଆ ଲୋଚନ ବଗର୍ତ୍ତୀ,ଧରମ ସିଂ ଧରୁଆ ପ୍ରମୁଖ ଉପସ୍ଥିତ ରହି କୋଶଳ ପ୍ରେମୀ ଙ୍କ ମନୋବଳ ବଢାଇବା ସହ ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ।