କୁହିକା – ବ୍ଲକ ଚିଙ୍ଗୁଡିପାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିଙ୍ଗୁଡିପାଳ ଗ୍ରାମଠାରେ ଆଜି ଇମ୍ଫା ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ ହୋଇଛି ।ଚିଙ୍ଗୁଡିପାଳ ଗ୍ରାମର ଆରୋଗ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏହି ଗ୍ରାମର ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ମହିଳା ଓ ଶିଶୁ ଯୋଗ ଦେଇଥିଲେ ।ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରଶ୍ମିପ୍ରଭା ଖଟୁଆ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଉପାଦେୟତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।ଅନ୍ୟତମ ଅତିଥି ଭାବେ ଚିଙ୍ଗୁଡିପାଳ ଗ୍ରାମପଞ୍ଚାୟତର ସରପଞ୍ଚ ଅଞ୍ଜଳି ଦେହୁରୀ, ସମିତିସଭ୍ୟା ରୀନା ମାଝୀ,ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ଶୁଭ୍ରାଜ୍ୟୋତି ସାମଲ,ଚିଙ୍ଗୁଡିପାଳ ଉପସ୍ୱାସ୍ଥ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ବାସ୍ତ୍ୟ ଅଧିକାରୀ ଶୁଭଶ୍ରୀ ତ୍ରିପାଠୀ,ଇମ୍ଫା ପ୍ରକଳ୍ପ ବିଭାଗର ଉପ ମହାପ୍ରବନ୍ଧକ ମନୋଜ କୁମାର ସାମଲ ଯୋଗଦେଇ ସ୍ତନ୍ୟପାନ ଉଭୟ ମା ଓ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଆବଶ୍ୟକତା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ।ଉପସ୍ଥିତ ମହିଳା ମାନଙ୍କ ମଧ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ସମ୍ବନ୍ଧରେ ଜଣାଅଜଣା କାର୍ଯ୍ୟକ୍ରମ କରାଯାଇ କୃତି ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ପ୍ରକାଶ ଥାଉକି ଏହି ସଚେତନାତ୍ମକ କାର୍ଯ୍ୟକ୍ରମ ଆସନ୍ତା କାଲି କାଳିଆପାଣିର ଗୁରୁଜଙ୍ଗ ଗ୍ରାମଠାରେ ଅନୁଷ୍ଠିତ ହେବ ।ଆଜିର ଏହି କାର୍ଯ୍ୟକ୍ରମକୁ ଇମ୍ଫାର କାର୍ଯ୍ୟକ୍ରମ ଅଧିକାରୀ ପ୍ରିୟବ୍ରତ ପରିଡା,ପରିଚାଳନା କରିଥିବା ବେଳେ ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ବିଭାଗ ଅଧିକାରୀ ମିଲନ ରଞ୍ଜନ କର ,ଶମ୍ଭୁନାଥ ନାୟକ,ଗୀତାଞ୍ଜଳି ଦାସ,ଉମା ପ୍ରଧାନ ପ୍ରମୁଖ ସହାୟତା କରିଥିଲେ ।