ମରଣଜନ୍ତା ସାଜିଛି ଯୋଖିପାଲି ରୁ ପୁଞ୍ଜିପଥର ରାସ୍ତା !

ପଦ୍ମପୁର – ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମରୁ ପୁଞ୍ଜିପଥର ପର୍ଯ୍ୟନ୍ତ ମାଟି ରାସ୍ତା ମରଣଜନ୍ତା ସାଜିଛି. ଏହା କୁ ଦେଖି ସୁଦ୍ଧା ସ୍ଥାନୀୟ ବ୍ଲକ ପ୍ରଶାସନ ନିଦା ବିଷ୍ଣୁ ସାଜିଛି ଯାହାଦ୍ୱାରା ଲୋକଙ୍କ ମନରେ ସରକାର ପ୍ରତି ନକରାତ୍ମକ ଭାବନା ଜାଗ୍ରତ ହେଉଛି.ରାଜ୍ୟ ସରକାରଙ୍କ “ମୋ ସରକାର” ଏବଂ 5ଟି ପ୍ରଚଳିତ ଥିବା ବେଳେ ବିଜେପୁର ବ୍ଲକରେ ଏହା ପ୍ରହସନ ପାଲଟିଛି ବିଜେପୁର ବ୍ଲକ .ପୂର୍ବରୁ ଜଣେ ବିଡିଓ ଲାଞ୍ଚ ନେଇ ଧରା ପଡିଛନ୍ତି କିନ୍ତୁ ବର୍ତ୍ତମାନ ମଧ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ଚେତା ପଶୁନାହିଁ.

  ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଲୋକସଂଖ୍ୟା ପ୍ରାୟ ୨୫୦୦,ଏଠାରେ ରାସ୍ତା ଅଭାବରୁ ଗୋଟିଏ ମଧ୍ୟ ବସ ଚାଲୁନାହିଁ. ଗାଁରୁ ଲୋକମାନେ ଯିବାପାଇଁ ପୁଞ୍ଜିପଥର ଛକ ଯାଇଥାନ୍ତି ଯାହାକି ବର୍ଷା ଋତୁରେ ଅସମ୍ଭବ ହୋଇପଡ଼େ. ଅପରପକ୍ଷରେ ଯୋଖିପାଲି ରୁ ବାଦୀପାଲି ରାସ୍ତା ମଧ୍ୟ ମରଣ ଯନ୍ତା ସାଜିଛି।ସ୍ଥାନୀୟ ସ୍ବେଚ୍ଛାସେବୀ ଦିବସ କୁମାର ସାହୁ ଏନେଇ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ ଯାହାର ଫଳରେ ଦୁଇଥର ରାସ୍ତା କାମ ହୋଇଥିଲା. ବର୍ତ୍ତମାନ ଏହି ରାସ୍ତା ମରଣଯନ୍ତା ସଜିଛି, କାଦୁଅ ରାସ୍ତାରେ ଗାଡ଼ି ଚଳେଇ ଅନେକ ଲୋକେ ଦୁର୍ଘଟଣାର ଶିକାର ହୋଇଛନ୍ତି. ଏସବୁ ସମସ୍ୟାର ସମାଧାନ କରିବା ପାଇଁ ଯୋଖିପାଲି ଗ୍ରାମରୁ ପୁଞ୍ଜିପଥର ଛକକୁ କଂକ୍ରିଟିକରଣ କରିବା ପାଇଁ ଦାବୀ କରିଛନ୍ତି

Leave A Reply

Your email address will not be published.