ବଙ୍ଗୋମୁଣ୍ଡା- ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଜମିଦାର ଭବନ ପରିସରରେ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ଏବଂ ଉତ୍କଳ କନ୍ଧ ସମାଜ ବୁଡ଼ୁକା ପ୍ରଗଣା ବଙ୍ଗୋମୁଣ୍ଡାର ମିଳିତ କ୍ରମେ ଆଡ଼ମ୍ବର ସହକାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି ।ବ୍ଲକ ସଭାପତି ଶରତ ଚନ୍ଦ୍ର ସିଂ ଭୋଇ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଜାଡେନ ପୀଠ ଠାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଶତାଧିକ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର,ଡାକାବାଦ୍ୟର ତାଳେ ତାଳେ ଗ୍ରାମ୍ୟ ପରିକ୍ରମା କରିଥିଲେ ।ପରେ ଜମିଦାର ଭବନ ପରିସରରେ ଥିବା ସଭା ଗୃହରେ ଆଦିବାସୀ ସଂଘ ସଭାପତି ଶରତ ଚନ୍ଦ୍ର ସିଂ ଭୋଇ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଶ୍ୱ ଆଦିବାସୀ ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପିତବାସ ଜାନୀ,ମୁଖ୍ୟ ବକ୍ତା ନେତ୍ରମଣି ଭୋଇ,ସମ୍ମାନିତ ଅତିଥି ଉତ୍କଳ କନ୍ଧ ସମାଜ ବୁଡ଼ୁକା ପ୍ରଗଣା ସଭାପତି ଚକ୍ରଧର ଜାନୀ, କୋଷାଧ୍ୟକ୍ଷ ଅଚ୍ୟୁତ ଭୋଇ, ସିନ୍ଧେକେଲାର ପୂର୍ବତନ ସରପଞ୍ଚ ରାଜା ଥନାପତି,ସିନ୍ଧେକେଲା ସଭାପତି ଲୟକର ଛତ୍ରୀଆ, ଅଭି ମାଝୀ, ସମ୍ପାଦକ ସୁଶାନ୍ତ ଥନାପତି,ମୁଣ୍ଡପଦର ପଞ୍ଚାୟତ ସଭାପତି ପୁରନ୍ଦର ଭୋଇ,ବଙ୍ଗୋମୁଣ୍ଡା ଗ୍ରାମ୍ୟ ସଭାପତି ଧନୁଞ୍ଜୟ ଛତ୍ରିଆ,ସନ୍ତୋଷିନୀ ଭୋଇ,ଜେମା ଭୋଇ, ପ୍ରମୁଖ ମଞ୍ଚାସିନ ଥିଲେ ।ଆଦିବାସୀ ସଂସ୍କୃତି,ପରମ୍ପରା କୁ ଉଜ୍ଜୀବିତ ରଖିବା ପାଇଁ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ।ଆଦିବାସୀ ଙ୍କ ମୌଳିକ ଅଧିକାର ପାଇଁ ଏକଜୁଟ ହେବା ପାଇଁ ଆହ୍ଵାନ କରିବା ସହ ମୌଳିକ ସୁବିଧା ସର୍ବନିମ୍ନ ପର୍ଯ୍ୟନ୍ତ ପହଁଞ୍ଚାଇବା ଦିଗରେ ସମସ୍ତେ ପ୍ରୟାସ କରିବା ପାଇଁ ଆହ୍ଵାନ ଦିଆଯାଇଥିଲା ।ଉତ୍କଳ କନ୍ଧ ସମାଜ ବୁଡ଼ୁକା ପ୍ରଗଣା ନ ସମ୍ପାଦକ ମନୋରଞ୍ଜନ ଭୋଇ ସଭା ସଞ୍ଚାଲନ କରିଥିଲେ ।ଏଥିରେ ଶତାଧିକ ଆଦିବାସୀ ସାମିଲ ହୋଇଥିଲେ ।