କାଳିଆପାଣି ସ୍ଥିତ କାଟେପୂର୍ତ୍ତି ପ୍ରେକ୍ଷାଳୟରେ ବିଶ୍ବ ଆଦିବାସୀ ଦିବସରେ ଯୋଗଦେଲେ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ

କୁହିକା- ଖଣି ଅଞ୍ଚଳ ରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି  । ଆଦିବାସୀ ସାଂପ୍ରଦାୟକ ଶହ ଶହ ମହିଳା ଓ ପୁରୁଷ ନିଜର ପାରମ୍ପରିକ ବେଶ ଭୂଷା ହୋଇ ନାଚ ଗୀତରେ ମସଗୁଲ୍ ହୋଇ ପର୍ବକୁ ପାଳନ କରନ୍ତି ।ପ୍ରକୃତି ଉପାସକ ଆଦିବାସୀଙ୍କ ସ୍ନେହଶ୍ରଦ୍ଧା ଓ ଆତିଥ୍ୟ ଅନନ୍ୟ’ ବୋଲି ମନ୍ତବ୍ୟ ରଖିଛନ୍ତି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ  । ଟାଟାଷ୍ଟିଲ ମାଇନିଂ(ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ସୁକିନ୍ଦା କ୍ରୋମାଇଟ୍‌ ଖଣିର କାଳିଆପାଣି ସ୍ଥିତ କାଟେପୂର୍ତ୍ତି ପ୍ରେକ୍ଷାଳୟରେ ଅନୁଷ୍ଠିତ ବିଶ୍ବ ଆଦିବାସୀ ଦିବସ ସମାରୋହରେ ମନ୍ତ୍ରୀ ଶ୍ରୀ ଘଡ଼ାଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଦିବାସୀ ସଂସ୍କୃତିର ଗୁଣଗାନ କରିଥିଲେ ।  ଟିଏସ୍‌ଏମ୍‌ଏଲ୍‌ର ବରିଷ୍ଠ ଖଣି ମହାପ୍ରବନ୍ଧକ ଇଂ ସୁଶାନ୍ତ କୁମାର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧିର, ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି ଓ ଖଣି ଅଞ୍ଚଳ ସୁରକ୍ଷା ମଞ୍ଚ ଆବାହକ କେଶବ ହେସା ଅତିଥି ଭାବେ ମହାନ ଆଦିବାସୀ ସଂସ୍କୃତି ଉପରେ ବକ୍ତବ୍ୟ ରଖିଥିଲେ। ସୌରିକ ଅଞ୍ଚଳର ସଂସ୍କୃତି ଓ ନୃତ୍ୟଗୀତ ଉପରେ ଆଧାରିତ ବୃତ୍ତଚିତ୍ର ‘ଘୁମୁରା’କୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ । ଶେଷରେ ଟିଏସ୍‌ଏମ୍‌ଏଲ୍‌ ପ୍ରଶାସନ ମୁଖ୍ୟ ଗୌତମ ଚକ୍ରବର୍ତ୍ତୀ ଧନ୍ୟବାଦ ଦେଇଥିଲେ। ନୃପରାଜ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ। ଟିଏସ୍‌ଏମ୍‌ଏଲ୍‌ ପକ୍ଷରୁ ମନ୍ତ୍ରୀ ଶ୍ରୀ ଘଡ଼ାଇ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଆଦିବାସୀ ଜନ ପ୍ରତିନିଧିଙ୍କୁ ଉପହାର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave A Reply

Your email address will not be published.