ବାଲିଆପାଳ -ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ଚଉମୁଖ ଠାରେ ପ୍ରସ୍ତାବିତ ବନ୍ଦର ଓ ପେଟ୍ରୋକେମିକାଲ ପ୍ଲାଣ୍ଟକୁ ବିରୋଧ କରି ଆନ୍ଦୋଳନ ଥମିବାର ନାଁ ଧରୁନି। ଯେତେ ସମୟ ଗଡି ଯାଇଛି ସେତେ ସେତେ ଆନ୍ଦୋଳନ ତେଜିବାରେ ଲାଗିଛି। ସେହିପରି ଅଞ୍ଚଳ ବାସୀ ନୂଆ ନୂଆ ଶପଥରେ ଭିଟାମାଟି ସୁରକ୍ଷା କମିଟି ସହିତ ବାନ୍ଧି ହେଉଛନ୍ତି ।ଲଘୁଚାପ ଜନିତ ଝିପି ଝିପି ବର୍ଷା ସତ୍ୱେବି ଭିଟାମାଟି ସୁରକ୍ଷା କମିଟିର ଆହ୍ଵାନରେ ମଙ୍ଗଳବାର କ୍ରାନ୍ତି ଦିବସ ଅବସରରେ ଡଗରା ବଡ ଗୁମୁଟୀ ଛକରେ ବନ୍ଦର ଓ ପେଟ୍ରୋକେମିକାଲ ପ୍ଲାଣ୍ଟ କୁ ବିରୋଧ କରି ବାଲିଆପାଳ ବ୍ଲକ ସମୁଦ୍ର କୂଳିଆ ଛଅ ପଞ୍ଚାୟତର ପଞ୍ଚାୟତବାସୀ ଟାଟା କମ୍ପାନୀକୁ ଜନ୍ମ ମାଟିରୁ ବିତାଡିତ କରିବାର ବଜ୍ର ଶପଥ ନେଇଛନ୍ତି। ଅଗଷ୍ଟ ୯ ତାରିଖରୁ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଭାରତ ଛାଡ଼ ଆନ୍ଦୋଳନରେ ହଜାର ହଜାର ଭାରତୀୟ ଯୋଗ ଦେଇ ବିଦେଶୀକୁ ଭାରତ ଛାଡ଼ିବାକୁ ବିବସ କରିଦେଇଥିଲେ। ସେହିପର ଭିଟାମାଟି ସୁରକ୍ଷା କମିଟିରର ଆହ୍ଵାନରେ ଶହ ଶହ ମହିଳା ପୁରୁଷ ଏହି କ୍ରାନ୍ତି ଦିବସ ଅବସରରେ ନିଜ ଭିଟାମାଟିକୁ ବଞ୍ଚିବାର ବଜ୍ର ଶପଥ ନେଇଛନ୍ତି ଅହିଂସା ଉପାୟ ଅବଲମ୍ବନ କରି ଏ ଅଂଚଳକୁ ଟାଟା କମ୍ପାନୀ ଦ୍ଵାର ସରକାରଂକ ପ୍ରସ୍ତାବିତ ବନ୍ଦର ଓ ବିଧ୍ୱଂଶ କାରୀ ପେଟ୍ରୋକେମିକାଲ ପ୍ଲାଣ୍ଟ ନିର୍ମାଣ କରିବାର ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ତାଙ୍କର ସ୍ୱପ୍ନରେ ରହିଯିବ।ଏହା କେବେବି ସଫଳ କରାଇଦେବୁ ନାହିଁ ବୋଲି ଶପଥ ନେଇଛନ୍ତି। ଏହି କ୍ରାନ୍ତି ଦିବସରେ କମିଟି ଆବାହକ ଅରୁଣ ଜେନା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସମାବେଶେରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ନେତା ତଥା ବାଲିଆପାଳ ବ୍ଳକର ପୂର୍ବତନ ଅଧ୍ୟକ୍ଷ ବିଜନ ନାୟକ,ସମ୍ମାନିତ ଅତିଥି ସିପିଆଇର ରାଜ୍ୟ ଆବାହକ ଜୟନ୍ତ ଦାସ,ଶିଶିର ହୁଇ ପ୍ରମୁଖ ଯୋଗ ଦେଇ କହିଥିଲେ ବନ୍ଦର ଓ ପେଟ୍ରୋକେମିକାଲ ନାଁ ରେ ସୁଉଚ୍ଚ ରେଳ ଓ ପରିବହନ ରାସ୍ତା ଅଞ୍ଚଳରେ ଶହ ଶହ ହେକ୍ଟର ଚାଷ ଜମିକୁ ପ୍ରଭାବିତ କରି ଫସଲ ନଷ୍ଟ କରିବ। ଯାହାକି ଚାଷୀ ଙ୍କୁ ବହୁ କ୍ଷତି ସହିବାକୁ ପଡ଼ିବ ଏହା ସହିତ ବହୁ ଫସଲି ଜନ ବସତି ଅଞ୍ଚଳରେ କୌଣସି ପରିସ୍ଥିତିରେ ବନ୍ଦର ଓ ପେଟ୍ରୋକେମିକାଲ ପ୍ରୋଜେକ୍ଟ କରାଇ ଦିଆ ଯିବ ନାହିଁ ବୋଲି ଅତିଥି ମନେ ଭାଷଣରେ କହିଥିଲେ।ଏଥିପାଇଁ ଦରକାର ପଡିଲେ ରକ୍ତାକ୍ତ ସଂଘର୍ଷ ହେବ ବୋଲି ଉଭୟ ସରକାର ଓ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।୨୪ ନଂ ଜୁନ ଜିଲ୍ଲା ପରିଷଦ ସଭ୍ୟ ବାବାଜୀ ଦେହୁରୀ, ବ୍ଲକ ଉପାଧକ୍ଷ ରାଜେଶ ଚୌଧୁରୀ, ବେତଗଡ଼ିଆ ସଦସ୍ୟ ରାଜୀବଲୋଚନ ରାୟ, ଜମ୍ଭୀରାଇ ସଦସ୍ୟ ସୁଦର୍ଶନ ପଣ୍ଡିତ, ସଂଗ୍ରାମୀ ନେତା ବାଇନ ଦଳାଇ, ଡଗରା ସମିତି ସଭ୍ୟ ମନୋଜ ଦାସ,ମାୟାଧର କୁହ୍ଲାରି,
ତ୍ରିଲୋଚନ ବେହେରା, ଶିବ ବାରିକ,ସୁଧାଂଶୁ ମାଝୀ, ଭୀମ ଦେହୁରୀ, ଅରୁଣ ପ୍ରଧାନ ପ୍ରମୁଖ ମରିବୁ ପଛେ ମାଟି ଛାଡ଼ିବୁ ନାହିଁ ବୋଲି ଆୱାଜ ଉଠାଇଛନ୍ତି। ସଙ୍ଗଠନର ସଂଗ୍ରାମୀ ସଦସ୍ୟ ରବୀନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।