୫ଟି ବିଦ୍ୟାଳୟ ରେ କୁତ୍ରୀମ ବନ୍ୟାକୁ ନେଇ ପାଠ ପଢିବାରୁ ବଞ୍ଚିତ ବିଦ୍ୟାର୍ଥ

ମୟୂରଭଞ୍ଜ- ସାରା ଓଡ଼ିଶାରେ ଏବେ ସଜେଇ ହେଇଛି ବିଦ୍ୟାଳୟ। ସେଥିରୁ ବାଦ ପଡିନାହିଁ ମୟୂରଭଞ୍ଜ।ବିଦ୍ୟାଳୟ ସିନା ସଜେଇ ହେଉଛି ହେଲେ ପାଣି ନିସ୍କାସନ ପ୍ରତି ଗୁରୁତ୍ଵ ନାହିଁ । ଫଳରେ ଶ୍ରେଣୀଗୃହ ସହ ବିଦ୍ୟାଳୟର ପରିବେଶ ହୋଇଛି ପୁସ୍କରିଣୀ।ଏଭଳି କରୁଣ ପରିସ୍ଥିତି ଦେଖିବାକୁ ମିଳିଛି ୫ଟି ଯୋଜନାରେ ସଜେଇ ହୋଇଥିବା ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ବଡ଼ ପଥରା ପଞ୍ଚାୟତ ଅଧିନ ତାଡ଼କିଝରଣ ଗ୍ରାମରେ ଥିବା ବଡ଼ପଥରା ପଞ୍ଚାୟତ ସରକାରୀ ହାଇସ୍କୁଲ । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟଟି ୫ଟି ଯୋଜନା ମାଧ୍ୟମରେ ସଜେଇ ହୋଇଛି  । ଏହି  ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ  ଘୋରଇ  ଶିକ୍ଷାନୁଷ୍ଠାନ ଭଳି ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯିବାର ଲକ୍ଷ ମଧ୍ୟ ରହିଛି । ମାତ୍ର ବର୍ଷା ଦିନ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ କିଭଳି ବିଦ୍ୟାଦାନ କରାଯାଇପାରିବ ସେ ନେଇ ଚିନ୍ତା କରିବା କଥା ବୋଧ ହୁଏ ଭୂଲି ଯାଇଛି ବ୍ଳକ ପ୍ରଶାସନ । ଯାହା ଏବେ ଚିନ୍ତା ବଢ଼ାଇ ଦେଇଛି ଶିକ୍ଷକ ମାନଙ୍କର ।  ପ୍ରଶାସନ ପକ୍ଷରୁ ବିଦ୍ୟାଳୟର

ଉନ୍ନତୀକରଣସମୟରେ  ବର୍ଷାଜଳ ନିଷ୍କାସନ ପ୍ରତି ଗୁରୁତ୍ଵ ଦିଆଯାଇନଥିବାରୁ ଏବେ ବିଦ୍ୟାଳୟ ପରିବେଶ ରେ ଢ଼େଉ ଖେଳୁଛି ବର୍ଷା ପାଣି ସହ ବାହାର ପାଣି । ପରିସ୍ଥିତି ଏପରି ଯେ ଶ୍ରେଣୀଗୃହଗୁଡ଼ିକ ମଧ୍ୟବାଦ ପଡ଼ିନାହିଁ ପାଣିର ସ୍ରୋତ ରୁ । ଉକ୍ତ ବିଦ୍ୟାଳୟରେ  ୧ ମରୁ ୧୦ ମ ଶ୍ରେଣୀରେ ପ୍ରାୟ ୨୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପଢିବା ପାଇଁ ବୁଧବାର ବିଦ୍ୟାଳୟକୁ ଆସିଥିଲେ । ତେବେ ବିଦ୍ୟାଳୟ ପରିବେଶ ସହିତ ଶ୍ରେଣୀଗୃହ ରେ ବର୍ଷାଜଳ ଢ଼େଉ ଖେଳୁଥିବା ଦେଖିବାକୁ ପାଇଲେ । ଯାହାକୁ ନେଇ ସେମାନଙ୍କ ବିଦ୍ୟାଗ୍ରହଣ ଏବଂ ଶିକ୍ଷକ ମାନଙ୍କ ବିଦ୍ୟାଦାନକୁ ନେଇ ସମସ୍ୟା ଉପୁଜିଥିଲା । ଶେଷରେ ବିଦ୍ୟାଳୟକୁ  ଛୁଟି ଘୋଷଣା କରାଯାଇଥିଲା । ତେବେ ଏହି ସମସ୍ୟା ସଂମ୍ପର୍କରେ ଖୁଣ୍ଟା ବ୍ଳକ ବିଡ଼ିଓ ମାନସ ରଞ୍ଜନ ସାମଲଙ୍କ ମତାମତ ଲୋଡ଼ାଯାଇଥିବା ବେଳେ ଉକ୍ତ ବିଦ୍ୟାଳୟ ପାର୍ଶ୍ଵରେ ଏକ କେନାଲ ଥିବା ଯୋଗୁଁ ବିଦ୍ୟାଳୟ ପରିସରରେ ପାଣି ଜମି ରହିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏବଂ ଏହାର ପ୍ରତିକାର ପାଇଁ ବ୍ଳକର ଟେକନିକାଲ ଟିମ କୁ ନିର୍ଦ୍ଦେଶ ଦିଆଯାଇଥିବା ସଂମ୍ପର୍କରେ କହିଥିଲେ ।

Leave A Reply

Your email address will not be published.