ବ୍ଲକସ୍ତରୀୟ ଆଦିବାସୀ ଦିବସ ପାଳିତ

ମୟୂରଭଞ୍ଜ- ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ପଥରନେସା ଗ୍ରାମ(ଦୁଲିଆପାଳା) ଠାରେ ବ୍ଲକସ୍ତରୀୟ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି।ସୂଚନାନୁସାରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମି ଶୁଳିଆପଦା ଶାଖା,ମିଳିତ ଆଦିବାସୀ ଯୁବମଞ୍ଚ ଶୁଳିଆପଦା ଶାଖା ଓ ଆସେକା ଶୁଳିଆପଦା ଶାଖାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସଭାରେ, ମୁଖ୍ୟ ଅତିଥୁ ରୂପେ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷାଶ୍ରୀମତୀ ଭାରତୀ ହାଁସଦା, ମୁଖ୍ୟ ବକ୍ତା ରୂପେ ସୁନରାମ ସୋରେନ ମେମୋରିଆଲ ଟ୍ରଷ୍ଟର ମୁଖ୍ୟ ଶ୍ରୀଯୁକ୍ତ ଫାଗୁରାମ ମାର୍ଣ୍ଡି , ସମ୍ମାନୀୟ ଅତିଥ୍ରୂ ରୁପେ ଶୁଳିଆପଦା ପି. ଏଚ୍.ସି ର ଡାକ୍ତର ଭୀମ ଚରଣ ମାର୍ଣ୍ଡି , ଶ୍ରୀ କୃଷ୍ଣଚନ୍ଦ୍ର ଦାସ( ବିଜେଡି,ରାଜ୍ୟ ସମ୍ପାଦକ), ପି. ଏସ୍. ଏମ୍ ଗୋରାଚାନ୍ଦ ବେଶ୍ରା,ଆସେକା ବଳଘାଟିର ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଭାଗବତ ମାଈଁ ଓ ଅନ୍ୟାନ୍ୟ ନେତୃବୃନ୍ଦ, ଉପସ୍ଥିତ ରହି ଜନସାଧାରଣ ତଥା ଆଦିବାସୀ ମୂଳନିବାସୀ ମାନଙ୍କୁ ବିଶ୍ବ ଆଦିବାସୀ ଦିବସ ପାଳନର ମହତ୍ତ୍ବ ଉଦ୍ଦେଶ୍ୟ
ସମ୍ପର୍କରେ ଅବଗତ କରାଇବା ସହିତ ସେମାନଙ୍କର ବହୁମୂଲ୍ୟ ବକ୍ତବ୍ୟ ମାନ ପ୍ରଦାନ କରିଥିଲେ। ପୂର୍ବ ପ୍ରସ୍ତୁତି କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୧୦ ଘଟିକା
ସମୟରେ ଭୂମି ପୂଜନ ତଥା ପୂଜା ପାଠ ଆରମ୍ଭ କରାଯାଇଥିଲା। ପରେ ପତାକା ଉତ୍ତୋଳନ,ପ୍ରସାଦ ସେବନ, ପାରମ୍ପାରିକ ନୃତ୍ୟ,ଅତିଥ୍ୟ ସତ୍କାର
କରାଯାଇ ଅପରାହ୍ନ ୫ଘଟିକାରେ ସଭା କାର୍ଯ୍ୟ ପରିଚାଳନା କରାଯାଇ ସନ୍ଧ୍ୟା ୭ ଘଟିକା ସମୟରେ ସଭା କାର୍ଯ୍ୟ ସମାପନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପରିଚାଳନା କରିଥିଲେ “ମାସା ଆର୍ମୀ”ଶୁଳିଆପଦା
ଶାଖାର ସଭାପତି ଶ୍ରୀ କିରଣ କୁମାର ମାର୍ଣ୍ଡି, କାର୍ଯ୍ୟକାରୀ ସଭାପତି ଶ୍ରୀ ଲକ୍ଷ୍ମଣ ମୁର୍ମୁ,ମିଳିତ ଆଦିବାସୀ ଯୁବ ମଞ୍ଚର ସନାତନ ଟୁଡୁ,ଦିନେଶ ମାଣ୍ଡି,ମାଝିଆ ସୋରେନ ଓ ଭାଗବତ ମାଣ୍ତି। ସେମାନଙ୍କୁ ସହଯୋଗ କରିଥିଲେ ମାସା ଆର୍ମୀର ସଦସ୍ୟ ଲକ୍ଷ୍ମଣ ହାଁସଦା, ବାଜୁନ ଚପେୟାର, କୁନରାମ କିସ୍ମ, ରାମଚନ୍ଦ୍ର କିଷ୍କୁ,ଲକ୍ଷ୍ମଣ ଚପେୟାର,କାହୁଁ ଟୁଡୁ,ଗୋଲୁ, ସୁନୀଲ ଓ ଅନ୍ୟାନ୍ୟ ସଦସ୍ୟମାନେ।

Leave A Reply

Your email address will not be published.