ଗଞ୍ଜେଇ ଖୋଜୁଥିଲେ ଗୁଇନ୍ଦା ବିଭାଗ, କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ସହ ୨କେଜି ସୁନା ଉଦ୍ଧାର

ବ୍ରହ୍ମପୁର- ଗଞ୍ଜେଇ ଚୋରାଚାଲାଣ ଯାଞ୍ଚ କରିବା ପାଇଁ ଅପେକ୍ଷା କରିଥିବା କର୍ମଚାରୀଙ୍କ ହାବୁଡ଼ରେ ପଡିଲା ୨୩ଟି ସୁନା ବିସ୍କୁଟ ଓ ଏକ କୋଟି ୨୨ ଲକ୍ଷ ଟଙ୍କା । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ଗଞ୍ଜେଇ ଚୋରାଚାଲାଣକାରୀଙ୍କ ଧରିବା ପାଇଁ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଛକ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଧରା ପଡିଛି ସୁନା ଚାଲାଣ ରାକେଟ । ବ୍ରହ୍ମପୁର ସହରରେ ଘଟିଛି ଏଭଳି କିଛି ଘଟଣା ।ସୂଚନା ଅନୁଯାୟୀ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟାନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ଯାଞ୍ଚ କରୁଥିଲେ । ସନ୍ଦେହ ରେ ଏକ ବସ ରେ ବସିଥିବା ଯାତ୍ରୀ ଙ୍କ ବ୍ୟାଗ ଯାଞ୍ଚ କରିବା ବେଳକୁ  ପୁଳା ପୁଳା ଟଙ୍କା ବିଡା ଜବତ ହୋଇଥିଲା । ଏହା ସହ ୨୩ଟି ସୁନା ବିସ୍କୁଟ ମଧ୍ୟ ଜବତ କରିଛନ୍ତି ଗୁଇନ୍ଦା ବିଭାଗ ଅଧିକାରୀ । ଏତେ ଟଙ୍କା ଦେଖି ଅବକାରୀ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବସ ମଧ୍ୟରେ ବସିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦଶରଥ ସାହୁକାର ଏବଂ ତାଙ୍କ ଘର ମହାରାଷ୍ଟ୍ରରେ ବୋଲି ପରିଚୟ ଦେଇଥିଲେ । ଏନେଇ ଅବକାରୀ ବିଭାଗ ବୈଦ୍ୟନାଥପୁର ଥାନାକୁ ସୂଚନା ଦେବା ପରେ ପୋଲିସ ଉକ୍ତ ଟଙ୍କା ଜବତ କରିବା ସହ ଦଶରଥଙ୍କୁ ଥାନାକୁ ଆଣିଥିଲେ ଏବଂ ବ୍ୟାଗରେ ଥିବା ଟଙ୍କା ଗଣିବାରୁ  ୧କୋଟି ୨୧ ଲକ୍ଷ ୯୭ ହଜାର ଟଙ୍କା ମିଳିଥିଲା। ତାଙ୍କୁ ପଚରାଉଚରା ବେଳେ ସେ ମହାରାଷ୍ଟ୍ରରୁ ସୁନା ଆଣି ବ୍ରହ୍ମପୁରରେ ବିକ୍ରି କରୁଥିବା ପୋଲିସକୁ କହିଥିଲେ । ଦଶରଥଙ୍କଠାରୁ ସୂଚନା ପାଇ ପୋଲିସ କେତେକ ସୁନା ଆନନ୍ଦ ଜୁଏଲରସ ଦୋକାନ ଉପରେ ଚଢ଼ାଉ କରି ୨କେଜି ୨୦୦ଗ୍ରାମ ସୁନା ସହ ଦୋକାନ ମାଲିକ ଆନନ୍ଦ ସୁବୁଦ୍ଧି ଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.