ମୟୂରଭଞ୍ଜ- ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଳକ ଅଁଲାକୁଡା ପଂଚାୟତ ର ଜିଆରଏସ୍ ଗୌରମୋହନ ସୋରେନ ୯ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ । ୨୦୨୦-୨୧ ବର୍ଷର ଏକ ଠିକା କାର୍ଯ୍ୟର ମନରେଗା ମାଷ୍ଟର ରୋଲ ପ୍ରସ୍ତୁତ କରିବାକୁ ନେଉଥିଲେ ଲାଞ୍ଚ। ଶ୍ରମିକ ନେତା ଅକ୍ଷୟ ସୋରେନଙ୍କ ଠାରୁ ଲାଞ୍ଚ ନେବା ବେଳେ ଗୌରମୋହନଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି ବାରିପଦା ଭିଜିଲାନ୍ସ ୟୁନିଟ୍ । ୪ ଲକ୍ଷ ଟଙ୍କାର ଠିକା କାର୍ଯ୍ୟର ପର୍ଯ୍ୟାୟ କ୍ରମେ ୩ ଟି ବିଲ୍ ହୋଇ ଯାଇଥିବା ବେଳେ ଫାଇନାଲ ବିଲ୍ ପ୍ରସ୍ତୁତ ପାଇଁ ମାଷ୍ଟର ରୋଲ ପ୍ରସ୍ତୁତ ପାଇଁ ଲାଞ୍ଚ ମାଗିଥିଲେ ଜିଆରଏସ୍ । ଏହାକୁ ନେଇ ଶ୍ରମିକ ନେତା ଅକ୍ଷୟ ସୋରେନ ବାରିପଦା ଭିଜିଲାନ୍ସ ୟୁନିଟ୍ର ଦ୍ଵାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ । ବାରିପଦା ଭିଜିଲାନ୍ସ ୟୁନିଟ୍ ପକ୍ଷରୁ ଏକ ମାମଲା ରୁଜୁ କରି ଗୌରମୋହନଙ୍କୁ କୋର୍ଟ ଚାଲାଣ କରାଯାଇଛି ।