ପଦ୍ମପୁର- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ଗ୍ରିଞ୍ଜାଲ ଗ୍ରାମରେ ୯୯ତମ ଇନ୍ଦ୍ରଯଜ୍ଞ ମହା ସମାରୋହରେ ପାଳିତ ହେଉଅଛି।ତିନିଦିନ ଧରି ପାଳିତ ହେଉଥିବା ଏହି ଯଜ୍ଞର ଆଜି ଗୁରୁବାର ଅନ୍ତିମ ଦିବସ। ଗ୍ରାମର ପଣ୍ଡିତ ନେହେରୁଲଲାଲ ଶତପଥିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ମହାନ ଯଜ୍ଞ ରେ ଗୌନ୍ତିଆ ଉପେନ୍ଦ୍ର ବାରିକ ସସ୍ତ୍ରୀକ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି। ପ୍ରତ୍ୟହ ହୋମ ଯଜ୍ଞ ସହିତ ଅନ୍ନଛତ୍ରର ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିବସରେ ଲୋମପାଦ ରାଜା ନଗର ଭ୍ରମଣ କରିବା ସହ ପ୍ରଜାମାନଙ୍କ ଗୁହାରି ଶୁଣିଥିଲେ। କଳାଯିବି ବରଗଡ଼ ଓ କୁରେଫୁଲ କଳା ପରିଷଦ ଅତାବିରା ଦ୍ୱାରା ରଂଗମଂଚରେ ନୃତ୍ୟ ପରିବେଷଣ କରାଯାଇଥିଲା। ଦ୍ଵିତୀୟ ଦିବସରେ ଭାରତୀୟ ନୃତ୍ୟ କଳା ପରିଷଦ ମହୁଲପାଲି ଓ ଦିବ୍ୟରୁପା ସାଂସ୍କୃତିକ ଅନୁଷ୍ଠାନ ବେଳଟିକ୍ରା ମନ ମୋହି ନେଇଥିଲେ। ଅନ୍ତିମ ଦିବସରେ ନୌକାରେ ରୁଷ୍ୟଶୃଙ୍ଗ ମୁନୀଙ୍କ ଆଗମନ ସହ ଚମ୍ପାବତୀ ନଗରରେ ବର୍ଷା ନଗରବାସୀ ଆନନ୍ଦ ଉଲ୍ଲାସରେ ଉପଭୋଗ କରିଥାନ୍ତି। ଲୋମପାଦ ରାଜା ଭୂମିକାରେ ସୁପ୍ରସିଦ୍ଧ ଅଭିନେତା ତଥା ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ଅଭିନୟ କରୁଛନ୍ତି। ସଞ୍ଚାର, ସଂପ୍ରଦା, ଘୁଡକା ନାଚ, ଡଣ। ଦୁଲଦୁଲି, ଆଦିବାସୀ ନାଚ, କଲଙ୍ଗୀନାଚ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମର ତଥା ଛତିଶଗଡର ସହସ୍ରାଧିକ ଦର୍ଶକ ଉପଭୋଗ କରୁଛନ୍ତି।