ବୁଗୁଡ଼ା- ସ୍ଥାନୀୟ ବଳଦେବ ମନ୍ଦିରରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ବଡ ଠାକୁର ଶ୍ରୀବଳଦେବଙ୍କ ଜନ୍ମୋତ୍ସବ ସ୍ବତନ୍ତ୍ର ବିଧିରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ କାଳରେ ଠାକୁରଙ୍କ ଅବକାଶ, ମଙ୍ଗଳ ଆଳତୀ, ବାଳଭୋଗ ଆଦି କାର୍ଯ୍ୟ କରାଯାଇଥିବା ବେଳେ ପୂର୍ବାହ୍ନରେ ଶ୍ରୀବଳଦେବଙ୍କ ଜନ୍ମବିଧୂ ପାଳନ, ରୋଷ ହୋମ, ପଞ୍ଚାମୃତ, ପୂଜାର୍ଚ୍ଚନା ପ୍ରଭୃତି କାର୍ଯ୍ୟ ଯଥା ରୀତିନୀତିରେ ସମ୍ପନ୍ନ ହୋଇଥିଲା । ଏଥୁ ଅନ୍ତେ ମନ୍ଦିର ପ୍ରାଙ୍ଗଣରେ ଦୁରାଚାରୀ ପ୍ରଳମ୍ବା ଅସୁରର ବାଲୁକା ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଇ ବଧ ପର୍ବ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପୁରୋହିତ କାର୍ଯ୍ୟ ଗୌରୀ ଶଙ୍କର ଦାଶ ସମ୍ପାଦନ କରିଥିଲା ବେଳେ କର୍ତ୍ତା ଭାବେ ସୁରେନ୍ଦ୍ର ପାଣି ଦାୟିତ୍ବ ନିର୍ବାହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶରତ ଚନ୍ଦ୍ର ମହାରଣା , ଦୁଃଖୀଶ୍ଯାମ ଦାଶ , ଦିନବନ୍ଧୁ ପାଣି ଓ ଦେବେନ୍ଦ୍ର ପାଣି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ବହୁ ଭକ୍ତ ଠାକୁର ଦର୍ଶନ ନିମନ୍ତେ ମନ୍ଦିରରେ ସମ୍ମିଳିତ ହୋଇଥିଲେ ।