ବୁଗୁଡ଼ା- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତିଥିରେ ” ରକ୍ଷା ବନ୍ଧନ ଉତ୍ସବ ” ପାଳିତ ହୋଇଯାଇଛି । ଶିଶୁମନ୍ଦିର ପରିଚାଳନା ସମିତି ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଦକ୍ଷିଣ-ପୂର୍ବ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ , ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ସମ୍ପାଦକ ଜୟନ୍ତ କୁମାର ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଭାଗ ନିରୀକ୍ଷକ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ରକ୍ଷା ବନ୍ଧନ ଉତ୍ସବ ପାଳନର ତାତ୍ପର୍ଯ୍ୟ ସଂପର୍କେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଉଣୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ , ଗୁରୁମା ସୁମତି ମିଶ୍ର ସଂଯୋଜନା , ଭାରପ୍ରାପ୍ତ ପ୍ରଧାନାଚାର୍ଯ୍ଯ ରବିନ୍ଦ୍ର ଦାଶ ଅତିଥି ପରିଚୟ ପ୍ରଦାନ ଏବଂ ଗୁରୁଜୀ ଲଡୁ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ଶିଶୁମନ୍ଦିରର ଭଉଣୀମାନେ ଭାଇମାନଙ୍କୁ ରାଖି ବାନ୍ଧିଥିବା ବେଳେ ଶିଶୁ ବାଟିକା ବିଭାଗ ପକ୍ଷରୁ ଗୁରୁମା ମମତା ସାହୁଙ୍କ ତତ୍ତ୍ୱାବଧାନରେ ପ୍ରାରମ୍ଭ ଓ ବୋଧ ଶ୍ରେଣୀର ଶିଶୁ ଭାଇଭଉଣୀଙ୍କୁ ନେଇ “ଗହ୍ମା ଡିଆଁ” କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅନ୍ୟପକ୍ଷରେ, ବୁଗୁଡ଼ା ବ୍ଲକର କରଚୁଲି ଗ୍ରାମସ୍ଥ ସରସ୍ବତୀ ଶିଶୁ ମନ୍ଦିରରେ ପ୍ରଧାନାଚାର୍ଯ୍ଯ ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ ଅନରୂପ ଭାବେ “ରକ୍ଷା ବନ୍ଧନ” ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।