ଘୁମୁସର ର  ସ୍ବର” ପକ୍ଷରୁ ୧୧୩ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନ ଚକ୍ର 

ବୁଗୁଡା- ପବିତ୍ର ଗହ୍ମା ପୁର୍ଣ୍ଣିମା ଅବସରରେ ପିତଳ ସ୍ଥିତ ଚନ୍ଦ୍ରିକା ଆବାସିକ ବିଦ୍ୟାମନ୍ଦିର ଠାରେ ଓଡିଆ ଭାଷା,ସାହିତ୍ୟ,କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ” ଘୁମୁସର ର ସ୍ବର”ବାଲିପଦର ପକ୍ଷରୁ ୧୧୩ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଅତିଥି ମାନେ କବି ଗଙ୍ଗଧର ମେହରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରି ମେହର ସାହିତ୍ୟ ଆଲୋଚନା କରିଥିଲେ । ସ୍ବଭାବ କବିଙ୍କ ସାହିତ୍ୟରେ ସତ୍ୟ,ଶିବ, ସୁନ୍ଦର ବିଦ୍ୟମାନ ସେହି ପ୍ରାଚୀନ ସାହିତ୍ୟକୁ ଆଧୁନିକ ପିଢିର ଯୁବକ-ଯୁବତୀ ମାନେ ଆପଣେଇ ନେଲେ ଓଡିଆ ଭାଷା ବଞ୍ଚି ରହିବା ସହ ସାଂପ୍ରତିକ ସାହିତ୍ୟର ବିକାଶ ଘଟିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅତିଥି ମାନଙ୍କ ମଧ୍ୟରେ ସର୍ବଶ୍ରୀ ଡକ୍ଟର ବିଷ୍ଣୁପ୍ରିୟା ପଣ୍ଡା,ବିଚିତ୍ରା ନନ୍ଦ ମୁନୀ,ଗୈ।ରୀ ଶଙ୍କର ମିଶ୍ର,ଅଜିତ୍ କୁମାର ତ୍ରିପାଠୀ,ଭାସ୍କର ରାଉତ,ଖଲିପରିଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଠାରୁ ରାଖି ବାନ୍ଧିବା ସହ ଗହ୍ମା ପର୍ବର ମହତ୍ବ ପ୍ରତିପାଦନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବି ଶ୍ରୀନିବାସ ପଣ୍ଡା,ପୁର୍ଣ୍ଣଚନ୍ଦ୍ର ଭୋଳ,ଧୃବ ଚରଣ ପାଣିଗ୍ରାହୀ, ଇ.ନିଳାଞ୍ଚଳ ପାତ୍ର,ଜି.ରାଜେଶ୍ବର ପାତ୍ର ପ୍ରମୁଖ ଯୋଗଦେଇ କବିତା ପାଠ କରିଥିବା ବେଳେ ଚନ୍ଦ୍ରିକା ଆବାସିକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ । “ଘୁମୁସର ର ସ୍ବର” ପକ୍ଷରୁ ପ୍ରତିଭା ଧାରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଶେଷରେ ଖଲି ପରିଡା ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ବିଚିତ୍ରା ନନ୍ଦ ମୁନି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave A Reply

Your email address will not be published.