୧୧ ଦଫା ଦାବିନେଇ ସିଆଇଟିୟୁର ଆଇନ ଅମାନ୍ୟ ଆନ୍ଦୋଳନ

(ଲହୁଣୀପଡା)- ସୁନ୍ଦରଗଡ ଜିଲ୍ଲା ବଣେଇରେ ଆଜି ସିଆଇଟିୟୁ / ସିପିଆଇଏମ ପକ୍ଷରୁ ୧୧ ଦଫା ଦାବି ନେଇ ଏକ ଆଇନ ଅମାନ୍ୟ ଆନ୍ଦୋଳନ ହୋଇ ଯାଇଛି। ପ୍ରଥମେ ଦେଓଗାଁ ଠାରୁ ମୁଖ୍ୟ ରାସ୍ତାଦେଇ ଝୋ ଝୋ ବର୍ଷାରେ ଏକ ବିଶାଳ ଶୋଭାଯାତ୍ରା ସହ ନାରାବାଜି ଦେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଆଜି ବଣେଇରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀଙ୍କୁ ନେଇ ୧୧ ଦଫା ଦାବିନେଇ ଆଇନ ଅମାନ୍ୟ ଆନ୍ଦୋଳନ କରିବା ସହ ବଣେଇ ଉପଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେଇଥିଲେ। ମୁଖ୍ୟ ଉଦ୍ଧେଶ୍ୟ ହେଲା ବଣେଇ ଅଞ୍ଚଳରେ ବର୍ଷା ଅଭାବ ଯୋଗୁଁ ମରୁଡି ସ୍ଥିତି ହୋଇଛି ଯାହାକି ବଣେଇ ଅଞ୍ଚଳକୁ ମରୁଡି ଘୋଷଣା କରାଯିବା ସହ ଇଏସଆଇ ହସ୍ପିଟାଲ ନିର୍ମାଣ, ଡାଇଲୋସିସ ସେଣ୍ଟର, ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ସରକାରୀ ସ୍ଥାହି ନିଯୁକି ପ୍ରଭୃତି ଦାବିନେଇ ଝୋ ଝୋ ବର୍ଷାରେ ହଜାର ହଜାର କର୍ମୀଙ୍କୁ ନେଇ ଏହି ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଛି। ଏଥିରେ ମୁଖ୍ୟତ ସିଆଇଟିୟୁର ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମଦ ସାମଲ ସହ ଅନେକ ଶତାଧିକ କର୍ମୀ ଏହି ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ।

Leave A Reply

Your email address will not be published.