ପଥଚାରି ଙ୍କୁ ରାଖି ବାନ୍ଧିଲେ କୋରୁଆ କନ୍ୟାଶ୍ରମ ଅନ୍ତେବାସିନି 

ପାଟକୁରା- ରକ୍ଷା ବନ୍ଧନ ଭଳି ପବିତ୍ର ଦିନ ରେ କୋରୁଆ କମଳା ବେନ ମେହେଟା କନ୍ୟାଶ୍ରମ ର ଅନ୍ତେବାସୀ ଙ୍କ ନିଆରା ପ୍ରୟାସ. କୋରୁଆ କଲେଜ ଛକ, ସାନ ଅଢ଼ଙ୍ଗା ଛକ ର ମୁଖ୍ୟ ରାସ୍ତା ରେ ଯାତାୟାତ କରିଥିବା ଅନେକ ପଥଚାରି ଙ୍କୁ ଅଟକାଇ ତାଙ୍କ ହାତରେ ପବିତ୍ର ବନ୍ଧନ ର ସୁତଖିଅ କୁ ବାନ୍ଧି ଅତୁଟ ଭାଇ ଭଉଣି ର ସମ୍ପର୍କ ରେ ଯୋଡି ହୋଇଛନ୍ତି. ପାଖାପାଖି ୫ସହ ରୁ ଅଧିକ ପଥଚାରି ଙ୍କ ହାତରେ କନ୍ୟାଶ୍ରମ ର ଅନାଥ ଝିଅ ମାନେ ରାକ୍ଷୀ ବାନ୍ଧିଛନ୍ତି. ଗରଦପୁର ଅଞ୍ଚଳ ର ଏହି ସର୍ବ ପୁରାତନ କନ୍ୟାଶ୍ରମ ରେ ଏଭଳି ଏକ ନିଆରା ପରମ୍ପରା ରେ ଆକୃଷ୍ଠ ହୋଇଥିଲେ ସ୍ଥାନୀୟ ଲୋକେ.

ବିଶେଷ କରି ଆଶ୍ରମ ଅନ୍ତେବାସି ମାନଙ୍କ କେହି ନିଜ ଭାଇ ନଥିବା ବେଳେ ପଥ ଚାରି ମାନଙ୍କୁ ରାକ୍ଷୀ ବାନ୍ଧି ଭାଇ ଭଉଣି ର ଅତୁଟ ଓ ପବିତ୍ର ସମ୍ପର୍କ ରେ ଯୋଡି ହୋଇଛନ୍ତି.

ଆମ ସମାଜ ରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ବଢ଼ି ଚାଲୁଥିବାରୁ ନାରୀ ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି.

କିନ୍ତୁ ଏହି କନ୍ୟାଶ୍ରମ ଅନ୍ତେବାସୀ ମାନେ ଅଚିନ୍ହା ପଥଚାରି ଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ଠାରୁ  ନାରୀ ମାନଙ୍କୁ ସୁରକ୍ଷା,ସମ୍ମାନ ର ପ୍ରତିଶୃତି ଆଶା କରିଛନ୍ତି. କନ୍ୟାଶ୍ରମ ର ପରିଚାଳକ ଶ୍ରୀକାନ୍ତ ନାୟକ ଙ୍କ ତତ୍ୱାବଧାନ ରେ ସତୁରି ଜଣ ଅନ୍ତେବାସୀ ଏହି ନିଆରା କାର୍ଯ୍ୟକ୍ରମ କରି ଲୋକ ଙ୍କୁ ରାଖୀ ବାନ୍ଧି ସଚେତନ କରାଇଥିଲେ.ଭାଇ ଭଉଣି ଙ୍କ ସମ୍ପର୍କ ର ଏହି ପବିତ୍ର ଦିନ ରେ ପ୍ରଥମ ଥର ପାଇଁ ଆଶ୍ରମ ଅନ୍ତେବାସୀ ମାନେ ପଥଚାରି ମାନଙ୍କ ହାତରେ ରାଖୀ ବାନ୍ଧି ଏକ ନିଆରା ପରମ୍ପରା ସୃଷ୍ଟି କରିବା ସହ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ଶ୍ୱର ଉତ୍ତୋଳନ କରିଛନ୍ତି

Leave A Reply

Your email address will not be published.