କିଶନନଗର ତହସିଲ ଜନ ଶୁଣାଣି ଶିବିରରେ ସମାଜ ସେବି ସୀତାରାମ ପଣ୍ଡାଙ୍କ ଦାବିଉପସ୍ଥାପନ

କିଶନନଗର ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଗତ ୮ ତାରିଖରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି |ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁକ୍ତ ବିଜୟ କୁମାର ଖଣ୍ଡାୟତ ରାୟ, ସ୍ଥାନୀୟ ତହସିଲଦାର ସୁଶ୍ରୀ ଇନ୍ଦିରା ସାହୁଙ୍କ ସହିତ ଅନ୍ୟ ପଦାଧିକାରୀ ଯୋଗଦେଇ ଲୋକମାନଙ୍କର ଅଭିଯୋଗର ଶୁଣାଣି କରିଥିଲେ | ଏହି ଜନ ଶୁଣାଣିରେ ସାମାଜିକ କର୍ମୀ ତଥା ବରିଷ୍ଠ ନାଗରିକ ସୀତାରାମ ପଣ୍ଡା ଭଗନେଇ ଓଡ଼ିଶାର ପ୍ରଥମ ରାଜବନ୍ଧୀ ସଂଗ୍ରାମୀ ସ୍ୱଗତ ରାଜକୃଷ୍ଣ ବୋଷ, ପଦ୍ମଶ୍ରୀ ବିନୋଦ କାନୁନଗୋ, ସ୍ୱର୍ଗତ ଭୈରବ ମହାନ୍ତି, ସ୍ୱଗତ ବୈଷ୍ଣବ ମହାନ୍ତି, ସାଧୁ ସାହିର ନରସିଂହ ମହାନ୍ତିଙ୍କ ପରି ସ୍ୱାଧୀନତା ବିର ମାନଙ୍କର ଜନ୍ମସ୍ଥାନ ତଥା କର୍ମ ସ୍ଥଳୀକୁ ସ୍ମୃତି ଭବନ ମାନ୍ୟତା ଦେଇ ବିକଶିତ କରିବାକୁ ପ୍ରସ୍ତାବ ଦେଇଥିଲେ | ସେହିଭଳି ଓଡ଼ପଡା ହୁଲିପୁରର ମାଳିକା ପ୍ରସିଦ୍ଧ ଶ୍ରୀ ଗିରିଧାରୀ କୋଟ, ବାଲିଶୁକ୍ରୀର ଶ୍ରୀ ମୁକ୍ତେଶ୍ଵର ମନ୍ଦିର, ଈଶାଣି ବ୍ରାହ୍ମପୁରର ଶ୍ରୀ ଈଶାଣେଶ୍ୱର ମନ୍ଦିର,ପ୍ରହରାଜ ପୁରର ପବିତ୍ର ପିରଙ୍କ ପିଠ ଓ ମାଳିକା ପ୍ରସିଦ୍ଧ ନାଉରୀବର ପୀଠକୁ ପର୍ଯ୍ୟଟନ ସ୍ଥଳ ମାନ୍ୟତା ଦେବାକୁ ଦାବି ରଖିଥିଲେ | ସେହିଭଳି ମହାନଦୀର ଦକ୍ଷିଣପଟ ନୂଆବଜାର ଠାରୁ ତାରପୁର ସେତୁ ପର୍ଯ୍ୟନ୍ତ ଓ ମହାନଦୀ ଉତ୍ତରପଟ ମୁର୍କୁଣ୍ଡି ଠାରୁ ସାନ ନୟନ ପୁର ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାରୁ ଏହାକୁ ସୁଦୃଢ ତଥା ଚଉଡା ଭାବେ ପୁନଃ କରାଇବାକୁ ଦୃଷ୍ଟି ଆକର୍ଷଣ କରାଇଥିଲେ | ସେହିଭଳି ପୂର୍ଵରୁ ପ୍ରସ୍ତାବିତ ପୁରୁଣାହାଟ ପଞ୍ଚାୟତର ଓଡିକିମିରା ବନ୍ଦ ହୋଇଥିବା ସ୍କୁଲ ଘରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବାକୁ ନିବେଦନ କରିଥିଲେ | ସେହିଭଳି ଦୀର୍ଘ ଦିନର ଦାବିପରେ ଦୁଇବର୍ଷ ତଳେ ଶିକ୍ଷା ବ୍ୟବସ୍ଥା କଟକ ଜିଲ୍ଲାକୁ ଆସିଲା କିନ୍ତୁ ସ୍ୱତନ୍ତ୍ର ବ୍ଲକ ଅଧିକାରୀ ନିଯୁକ୍ତି ନ ହୋଇ ବ୍ୟବସ୍ଥାକୁ କଟକ ସଦର, ନିଶ୍ଚିନ୍ତକୋଇଲି ଓ ସାଲେପୁର ବ୍ଲକରେ ମିସାଇଦିଆଗଲା କିନ୍ତୁ କିନ୍ତୁ ପୂର୍ଵ ଅପେକ୍ଷା ଏହା ଅଧିକା ଦୂର ହେବାରୁ ଅସୁବିଧାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ଲକ ଅଧିକାରୀ ନିଯୁକ୍ତି ବା ଅତିରିକ୍ତ ଶିକ୍ଷା ଅଧିକାରୀ ରହି କାର୍ଯ୍ୟ କରିବାକୁ ଦାବି କରିଥିଲେ |ଅତିରିକ୍ତ ଜିଲ୍ଲାପାଳ ସମସ୍ତ ବିଷୟକୁ ଧର୍ଯ୍ୟର ସହିତ ଶୁଣି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଥିଲ

Leave A Reply

Your email address will not be published.