ଗୋଟିଏ ପଟେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ପୁଲିସ କୁମ୍ଭକର୍ଣ୍ଣ ନିଦ୍ରାରେ 

ସିନ୍ଧେକେଲା- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ସଦା ସର୍ବଦା ବାଦ ବିବାଦ ଦେଇ ଗତିକରୁଥିବା ବେଳେ ଗତ ୧୮ ତାରିଖ ଦିନ  ସିନ୍ଧେକେଲା ଅରସାତୁଲା ବଡ଼ବନ୍ଧ ନିକଟରେ ଗୋରୁ ବେପାରୀ ଲାଲୁ କୁମ୍ଭାର ଓ ହେତୁମନ ହଂସଙ୍କ ଠାରୁ ୩ ଲକ୍ଷ ୧୩ ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୁତ୍ତ ଲୁଟି ନେଇ ଯାଉଥିବା ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ହିଁ ଏପର୍ଯ୍ଯନ୍ତ ୨୫ ଦିନ ବିତି ଯାଇଥିଲେ ମଧ୍ୟ ଚୋରକୁ ଧରିବାରେ ଫେଲ ମାରିଛି ପୁଲିସ ତେବେ ସିନ୍ଧେକେଲା ଅଞ୍ଚଳ କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲା ସୀମାନ୍ତ ବର୍ତ୍ତି ଅଞ୍ଚଳ ହୋଇଥିବା ବେଳେ ଲୋକଙ୍କ ମନରେ ଏବେ ପିଲା ଚୋରି ଲୁଟ ପାଟର କୋକୁଆ ଭୟ ଦେଖା ଦେଇଛି କିଛି ଗାଁ ଦେଡ଼ଗାଁ, ଝଲପ ମମିଆଁ, ପୁଟୁପଡା, କାଲକୁଟ, ତୁରେକେଲା, ଟିଟିଗା, ଘରଲା, ଶ୍ରୀରାମ ପ୍ରଭୁତି ଗାଁ ମାନଙ୍କରେ ଲୋକେ ରାତି ସାରା ନ ଶୋଇ ଗାଁ ଜଗୁଥିବା ବେଳେ ସିନ୍ଧେକେଲା ପୁଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି ତେବେ ପୁଲିସ ଲୋକଙ୍କୁ ସୁରକ୍ଷା ଦେବ ନା ନିଜ ସୁରକ୍ଷା ନିଜେ କରିବାରେ ବ୍ୟସ୍ତ ପୁଲିସ ପକ୍ଷରୁ ରାତିରେ କୌଣସି ପେଟ୍ରୋଲିଂ କରାଯାଉ ନ ଥିବା ରୁ ଗାଁ ମାନଙ୍କରେ ଲୋକଙ୍କ ମନରେ କୋକୁଆ ଭୟର ବାତାବରଣ ଦେଖିବାକୁ ମିଳିଛି ତେବେ ଆଉ କିଛି ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଥିବା ବେଳେ ଚୋରି ଡକାୟତି, ରାହାଜାନି, ଲୁଟପାଟ ବଢ଼ିବାର ଆଶଙ୍କା ରହିଛି ତେବେ ସିନ୍ଧେକେଲା ପୁଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ପାଇଁ ବିଭିନ୍ନ ମାହୋଲରେ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଏହି କୋକୁଆ ଭୟ ପାଇଁ ଅନେକ ସମୟରେ ନୀରିହ ଲୋକମାନେ ମାଡ ଖାଇ ଲହୁଲୁହାଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି, ତେଣୁକରି ପୁଲିସର କର୍ତ୍ତବ୍ୟ ହେଉଛି ଯେ ଏଦିଗରେ ଜଗୁଆଳି ମାନଙ୍କୁ ସଚେତନ କରିବା ପାଇଁ ପେଟ୍ରୋଲିଂ ବ୍ଯବସ୍ଥା କଡାକଡି କରିବା ପାଇଁ, ପୁଲିସର ଏପରି ନୀରବତା କୁ କେନ୍ଦ୍ର କରି ବୁଦ୍ଧିଜୀବୀ ମାନେ କହିଛନ୍ତି ଯେ ସିନ୍ଧେକେଲା ପୁଲିସ ନିଜେ କୋକୁଆ ଭୟର ଶିକ୍କାର ହୋଇଛି ତେଣୁକରି ସନ୍ଧ୍ୟା ହେଲେ ବାହାରକୁ ପାଦ ଦେଉ ନାହିଁ ବୋଲି

Leave A Reply

Your email address will not be published.