ତିରଙ୍ଗା ପଦଯାତ୍ରାରେ ବିଜେପିର ଗୋଷ୍ଠୀ କନ୍ଦଳ, ବ୍ୟାନର ଚିରି ନେଇଗଲେ

ଅସ୍ତରଙ୍ଗ- ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି ତିରଙ୍ଗା ଅମୃତ ମହୋତ୍ସବ ରାଜ୍ୟ ବ୍ୟାପି ପାଳନ ହେଉଛି।ଏହି ପଦ ଯାତ୍ରା ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇ ମହାତ୍ମାଗାନ୍ଧୀଙ୍କ ସ୍ମୃତିପୀଠ ଠାରୁ ଆରମ୍ଭ ହୋଇ ଅସ୍ତରଙ୍ଗର ଲବଣ ସ୍ମୃତିପୀଠ କୁହୁଡ଼ି ଠାରେ ଶେଷ ହୋଇଥିଲା। ୧୧ ତାରିଖ ଦିନ ଅସ୍ତରଙ୍ଗ ମୁଖ୍ୟ ବଜାରରେ ନିମାପଡା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଓ ଅସ୍ତରଙ୍ଗ ବ୍ଲକର କିଛି ନିର୍ବାଚିତ ପ୍ରତିନିଧିମାନଙ୍କ ଫୋଟୋ ଏକ ତ୍ରିରଙ୍ଗା ପଦଯାତ୍ରା ବ୍ୟାନରେ ଲଗାଯାଇଥିଲା।ସକାଳ ୮ ଟାରେ କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କ କିଛି ସମର୍ଥକ ଆସି ବ୍ୟାନରକୁ ଚିରି ବାଇଧର ମଲ୍ଲିକଙ୍କୁ ଆଶାଳୀନ ଭାଷାରେ ଗାଳି ଗୁଳଜ ସେଠାରୁ ବ୍ୟାନର ନେଇ ପଳାଇଥିଲେ। ଏହି ଘଟଣା ସମ୍ପର୍କରେ ଅସ୍ତରଙ୍ଗ ବ୍ଲକ ବିଜେପି ନେତାଙ୍କୁ ପଚାରିବାରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ।ଏହି ଗୋଷ୍ଠୀ କନ୍ଦଳ ଦୀର୍ଘ ଦିନ ରବି ମଲ୍ଲିକ ବିରୋଧରେ କୁହୁଳୁଥିଲେ ମଧ୍ୟ ସମୁଖା ସମୁଖୀ ହୋଇନଥିଲେ। ରବି ମଲ୍ଲିକ ଙ୍କ ମେରୀରାୟ ନୀତି ସମ୍ପର୍କରେ ରାଜ୍ୟ ନେତୃତ୍ୱଙ୍କୁ ଅବଗତ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ରାଜ୍ୟ ନେତା ମାନେ ନୀରବତା ଅବଲମ୍ବନ କରି ଆସୁଥିଲେ। ସୁଯୋଗ ଦେଖି ତ୍ରିରଙ୍ଗା ପଦଯାତ୍ରାରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ଧାରଣ କରି ଅସ୍ତରଙ୍ଗ ରେ ବିଜେପି ଏକ ପ୍ରକାର ଦୁଇ ଫାଳ ହୋଇଥିବା ଦେଖିବାକୁ ମିଳିଥିଲା।କୁହୁଡ଼ିର ଉଦଯାପନୀ ସଭାରେ ଯେତିକି ସଂଖ୍ୟକ କର୍ମୀ ଆସିବା କଥା ତାହା ସେଠାରେ ଦେଖିବାକୁ ମିଳି ନ ଥିଲା।ଉକ୍ତ ସମାରୋହରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ ମଧ୍ୟ ସବୁ ଦେଖି ନୀରବ ରହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ,ପ୍ରଭାତୀ ପରିଡାଙ୍କ ସମେତ ବହୁ ବରିଷ୍ଠ ନେତା ସଭା ମଞ୍ଚରେ ବସିଥିଲେ ମଧ୍ୟ ମଞ୍ଚ ସମ୍ମୁଖରେ ବହୁ ଚେୟାର ଖାଲି ପଡ଼ିଥିବାରୁ ଏହା ରବି ମଲ୍ଲିକଙ୍କ ଦୁର୍ବଳ ସଂଗଠନ ପାଇଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବୋଲି ବହୁ ସଂଖ୍ୟକ ନେତାମାନେ କଥା ହେଉଥିଲେ।ରାଜ୍ୟ ସଭାପତି ଆଗାମୀ ନିର୍ବାଚନ ପାଇଁ ଶକ୍ତି ଯୋଗାଇବା ପାଇଁ ଦୃଢୋକ୍ତି କରୁଥିବା ବେଳେ ତୃଣ ମୂଳ ସ୍ତରରେ ଏହି ଗୋଷ୍ଠୀ କନ୍ଦଳ ଆଗାମୀ ନିର୍ବାଚନ ପାଇଁ ବୁମେରାନଂ ହେବ ବୋଲି କୁହାଯାଉଛି।ରବି ମଲ୍ଲିକ ଦଳୀୟ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଓ କର୍ମୀ ମାନଙ୍କୁ ନ ଡାକି ମନମୁଖୀ ଭାବେ କାର୍ଯ୍ୟ ସମ୍ପାଦନ କରୁଥିବାରୁ ଏହି ଅସନ୍ତୋଷ ର ଗୋଷ୍ଠୀ କନ୍ଦଳ ପଦାରେ ପଡିବା ସହିତ ବିଜେପି ଦୁଇ ଫାଳ ହେବାକୁ ଯାଉଥିବା ସାଧାରଣରେ ଏବେ ଦେଖିବାକୁ ମିଳୁଛି।

Leave A Reply

Your email address will not be published.