ସିନାପାଲି- ଗ୍ରାମାଞ୍ଚଳରେ ଗମନା ଗମନ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ତେବେ ବିଭାଗୀୟ ଅବହଳା ଯୋଗୁଁ କିମ୍ବା ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୂଚନ୍ଦ୍ରିକା ହେବା ହେତୁ ଗ୍ରାମ୍ୟ ରାସ୍ତା ଛଅ ମାସ ନପୂରୁନୁ ସବୁ ଭାଙ୍ଗିରୁଜି ଯାଉଥିବା ବେଳେ ଏହାର ମରାମତି ଏବଂ ନବୀକରଣ ହେଉନାହିଁ,ଯାହାକୁ ନେଇ ଜନ ସାଧାରଣ ଅସନ୍ତୋଷ କ୍ରମଶଃ ବୃଦ୍ଧିପାଉଛି। ଖରିଆର୍ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ଅନେକ ରାସ୍ତା ରକ୍ଷଣାବେକ୍ଷଣ ଅଭାବରୁ ଭଙ୍ଗା ଦଦରା ଅବସ୍ଥାରେ ପଡ଼ି ରହିଥିବାରୁ ଲୋକେ ଯାତାୟାତ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଜଳନ୍ତା ଉଦାହରଣ ଦେଖିବାକୁ ମିଳୁଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଫୁର୍ସୁଣ୍ଡ ଠାରୁ ନଙ୍ଗଲବୋର୍ଡ଼,ଦେଇ ତାଲାକୋଟର ରାସ୍ତା ଦୈର୍ଘ୍ୟ,୨୬.୮୭୪ କି.ମି ହୋଇଥିବା ବେଲେ ରାସ୍ତାର ଥିପାଖୋଲ ଗାଁ ପାଖରେ ଦୀର୍ଘ ଦିନ ହେବ ଶୋଚନୀୟ ହୋଇ ମରଣ ଯନ୍ତା ପାଲଟିଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ଜନସାଧାରଣ ବାରମ୍ବାର ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଅଧିକାରୀ ମାନେ କର୍ଣ୍ଣ ପାତ କରୁନଥିବା ଜଣା ପଡ଼ିଛି। କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କିଛି ମାସ ନ ପୁରୁଣୁ ରାସ୍ତା ଏବେ ଫାଲ ଫାଲ ହେବାରେ ଲାଗିଛି। କୋଟି କୋଟି ଟଙ୍କାର କାର୍ଯ୍ୟ ଠିକାଦାରକୁ ଦେଇ ଦାଇତ୍ୱରେ ଥିବା ଅଧିକାରୀ ମାନେ ଉଚିତ କାର୍ଯ୍ୟ ତଦନ୍ତ ନ କରି ସଲାସୁତୁରାରେ ମିଶି ବିଲ କରୁଛନ୍ତି। ଏପଟେ ଅନେକ ଜନସାଧାରଣ ବିପଦ ସଂକୁଳ ରାସ୍ତାରେ ଯିବା ଆସିବା କରୁଛନ୍ତି। ଅନେକ ସରକାରୀ କାର୍ଯ୍ୟାଳୟ ଏବଂ ମନ୍ତ୍ରୀଙ୍କ ଦ୍ଵାରସ୍ତ ହେବା ପରେ ଉକ୍ତ ସଡକ ଯୋଜନା ମଞ୍ଜୁର ହୋଇଥିଲା। ଏହି ରାସ୍ତା ପାଖରେ ଦୈନନ୍ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ଅନେକ ଲୋକଙ୍କ ଜୀବନ ହାନି ହେଉଥିବା ମଧ୍ୟ ବାରମ୍ବାର ଅଭିଯୋଗ ହେଉଛି। ଏହି ରାସ୍ତାରେ ହଜାର ହଜାର ଲୋକ ତଥା ଖଇରପଦର,ନଙ୍ଗଲବୋଡ,ଫୁଲଚି,ଭତାପାଣି, ଭୁଲିଆଭଟା,ସିନ୍ଦୁରସିଲ,ଚିତାରମା,ଘାଟମାଲ,ଯୋଗଭଟା, ପୋରଟିପଡା,ନୂଆମାଲପଡା,ଖନ୍ଦାପଡା,ଆଦି ଅନେକ ଅଞ୍ଚଳର ଲୋକମାନେ ସିନାପାଲିକୁ ଯାତାୟତ କରିଥାନ୍ତି। ଏବଂ ଏହି ରାସ୍ତା ଦେଇ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଓ ଯାନବାହାନ ବସ ଟ୍ରକ,ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ତଥା ଅନ୍ୟନ ଗାଡିମୋଟର ମଧ୍ୟ ଯାତାୟତ କରିବା ସହ ବହୁ ଚର୍ଚ୍ଚିତ ପର୍ଯ୍ୟଟନ ସ୍ଥଳୀ ଥିପାଖୋଲ ଝରଣ,ସମଲେଇ ମନ୍ଦିର ଏହି ସ୍ଥାନ ମାନଙ୍କୁ ଦିନକୁ ହଜାର ହଜାର ଲୋକେ ପର୍ଯ୍ୟଟନ ସ୍ଥଳୀକୁ ଯିବା ଆସିବା କରିଥାନ୍ତି। ତେଣୁକରି ବିଭାଗୀୟ ଅଧିକାରୀ ଏହି ଦିଗରେ ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି କରିବା ପାଇଁ ଜନସାଧାରଣରେ ଦାବି ହେଉଛି।