ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଫରସରା ଗ୍ରାମପଞ୍ଚାତ ସ୍ଥିତ ପଲସାମାଲ ଗ୍ରାମରେ ଆଜକୁ ଅନେକ ବର୍ଷ ହେବ ଅର୍ଦ୍ଧ ସମ୍ପୂର୍ଣ୍ଣ ହୋଇ ବନ୍ଦ ରହିଛି। ଗାଁ ଲୋକଙ୍କ ଅନେକ ସାଧାରଣ ବୈଠକ ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅନେକ ଦିନ ପରେ ଗ୍ରାମରେ ଏକ କମ୍ୟୁନିଟି ହଲ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ହେତୁ ଏପର୍ଯ୍ୟନ୍ତ ହଲ କାର୍ଯ୍ୟ ତିଆରି ହୋଇ ପାରିନାହିଁ। ଯାହା ଫଳରେ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରଙ୍କ ଅଧିନସ୍ଥ ଯେ କୌଣସି କାର୍ଯ୍ୟକୁ ଆରମ୍ବ କରିବା ଓ ସମ୍ପୂର୍ଣ୍ଣ କରିବା ପାଇଁ ଏକ ନିର୍ଦ୍ଧାରିତ ସମୟ ରହିଥାଏ। ସେୟା ନ କରି ନିଜ ମନଇଚ୍ଛା କାର୍ଯ୍ୟ କରି ସରକାରଙ୍କ ଯୋଜନାକୁ ସାଧାରଣ ଲୋକଙ୍କ ଅଧିକାରକୁ ବାଟବଣା କରୁଥିବା ଅଭିଯୋଗ ହେଉଛି। ତେଣୁକରି ଏହି ଉକ୍ତ ଗୃହ ନିର୍ମାଣ ନିର୍ମାଣ କାର୍ଯ୍ୟକୁ ତଦନ୍ତ କରି ଯଥା ଶୀଘ୍ର ଗୋଷ୍ଟି ଗୃହ ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।