ଅଯଥାରେ ରାତିସାରା ଥାନାରେ ଅଟକ କୁ ନେଇ ଜିଲ୍ଲା କଂଗ୍ରେସ ର ଘୋର ନିନ୍ଦା।
ବାରିପଦା- ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଆସି ଦୁଇଟି ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି।ହେଲେ ମୁଖ୍ୟମନ୍ତ୍ରୀ ଙ୍କ ଏ ଗସ୍ତ କାହାପାଇଁ ଆନନ୍ଦ ଉଲ୍ଲାସର ଦିନ ଥିଲା ତ,ଆଉ କାହାପାଇଁ କଷ୍ଟଦାୟକ।ଏଭଳି କିଛି ପରିସ୍ଥିତି କୁ ନେଇ ଜିଲ୍ଲା କଂଗ୍ରେସ ତୀବ୍ର ନିନ୍ଦା କରିଛି।ସୂଚନାନୁସାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୟୂରଭଞ୍ଜ ରାସଗୋବିନ୍ଦପୁର ଗସ୍ତ ଓ ବିଭିନ୍ନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ମୋରଡା, ରାସଗୋବିନ୍ଦପୁର ଓ ବେତନଟୀ ର କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ଙ୍କୁ ପୂର୍ବଦିନ ରାତି ରୁ ଥାନାରେ ଅଯଥା ଅଟକ ରଖାଯିବା ଘଟଣାକୁ ଜିଲ୍ଲା କଂଗ୍ରେସ ଘୋର ନିନ୍ଦା କରିଛି।ସୁବର୍ଣ୍ଣରେଖା ଜଳ ପ୍ରକଳ୍ପ କଂଗ୍ରେସ ଅମଳରେ ଶୁଭାରମ୍ଭ ହୋଇଥିଲା। ଦୀର୍ଘ ୨୨ ବର୍ଷ ଶାସନ କାଳ ମଧ୍ୟରେ ବିଜେଡି ସରକାର ଏ ପର୍ଯ୍ୟନ୍ତ କାମ ଶେଷ କରିପାରିଲେ ନାହଁ,ଏ ପର୍ଯ୍ୟନ୍ତ ଜମି ଅଧି ଗ୍ରହଣ କାମ ସମାପ୍ତ ହୋଇ ପାରି ନାହିଁ। କିନ୍ତୁ ମୂଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ବାରମ୍ବାର ଉଦଘାଟନ ଉତ୍ସବ ଜନସାଧାରଣଙ୍କ ପଇସା କୁ ଅପଚୟ କରି ଚାଲିଛନ୍ତି। ବାରିପଦା ସହରକୁ ବନ୍ଯା ରୁ ରକ୍ଷା କରିବା ପାଇଁ ଆଡ଼ିବନ୍ଧ ନିର୍ମାଣ ନିଜେ ମୂଖ୍ୟମନ୍ତ୍ରୀ ବାରମ୍ବାର ଘୋଷଣା କରିଥିଲେ ମଧ୍ୟ ସେଥିପାଇଁ ଏ ପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନେଇ ନାହାନ୍ତି। ସ୍ବାସ୍ଥ୍ୟସେବା, ଆଇନ ଶୃଙ୍ଖଳା ଏ ଜିଲ୍ଲାରେ ବିପର୍ଯ୍ୟସ୍ତ, ଗୋଟିଏ ବି ଶିଳ୍ପ ଏ ଜିଲ୍ଲାରେ ନାହିଁ। ବେକାରୀ ସମସ୍ୟା ଅତି ଉତ୍କଟ, ଦରଦାମ ନିୟନ୍ତ୍ରଣ ରେ ରାଜ୍ୟ ସରକାର ବିଫଳ। ନିଜର ବିଫଳତା କୁ ଲୁଚାଇବା ପାଇଁ ବିରୋଧୀ ଦଳର କଣ୍ଠରୋଧ କରିବା ପାଇଁ ଏଭଳି ଗିରଫ ଦାରୀ ର ଦୃଢ଼ ନିନ୍ଦା କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମନ୍ତ ଦାସ ପ୍ରକାଶ କରିଛନ୍ତି।