ବୁଗୁଡା- ଆଜିର ଦିନରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରୋତ୍ସାହନରେ ବାଲିପଦର ଅଞ୍ଚଳକୁ ଉଚ୍ଚ ଶିକ୍ଷା ପ୍ରଦାନ ନିମନ୍ତେ ଅଞ୍ଚଳର ବୁଦ୍ଧିଜୀବି ଓ କେତେଜଣ ଶିକ୍ଷାବିତ୍ ବାଲିପଦର ଠାରେ ଏକ ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଯାହାକି ଆଜି ପୁର୍ଣ୍ଣ ପ୍ରକ୍ରିୟାରେ କାର୍ଯ୍ୟକରି ଅଞ୍ଚଳର ଶହଶହ ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚାଇ ପାରିଛି । ୧୯୯୩ ମସିହା ଅଗଷ୍ଟ ମାସ ୧୨ ତାରିଖରେ ପ୍ରତିଷ୍ଠା ହୋଇଥିବା ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଗୈ।ରବର ସ୍ମତି ଚାରଣ ସ୍ବରୂପ ଆଜି ମହାବିଦ୍ୟାଳୟ ପ୍ରକୋଷ୍ଠରେ ହୋମ , ପୂଜାର୍ଚ୍ଚନା ସହ, ବୃକ୍ଷରୋପଣ ସାଙ୍ଗକୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଷ୍ଠାତା ସଦସ୍ୟ ମାନଙ୍କ କାର୍ଯ୍ୟ ଧାରାକୁ ସ୍ମରଣ କରି ବହୁ ଅବିଭାବକ, ବୁଦ୍ଧିଜୀବି,ଅଧ୍ୟାପକ,କର୍ମଚାରୀ ଯୋଗ ଦେଇ ମହାବିଦ୍ୟାଳୟର ବିକାଶର ମାର୍ଗ ନିର୍ଣ୍ଣୟ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସର୍ବଶ୍ରୀଜି.ରାଜେଶ୍ବର ପାତ୍ର,କୈଳାଶ ଚନ୍ଦ୍ର ପ୍ରଧାନ,ଖଲି ପରିଡା, ଅଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି,ସରୋଜ କାନ୍ତ ଦାଶ,ବିଭୁତି ଭୁଷଣ ବେବର୍ତ୍ତା,ସୁଶାନ୍ତ କୁମାର ପଣ୍ଡା,ଡ.ଦିଲ୍ଲିପ କୁମାର ପ୍ରଧାନ ,ଭାବଗ୍ରାହି ପଣ୍ଡା,ସଞ୍ଜୟ କୁମାର ବିଷୋୟି,କାହ୍ନୁ ଚରଣ ଦାସ, ପ୍ରଦ୍ବ୍ୟୁନ୍ନ କୁମାର ପାଢୀ,ଜ୍ଞାନ ଚାନ୍ଦ ଗୈ।ଡ,ସନ୍ତୋଷ କୁମାର ପରିଡା,ରଶ୍ମି ରଞ୍ଜନ ତ୍ରୀପାଠି, କୃଷ୍ଣ ଚନ୍ଦ୍ରନାହାକ, ଭଞ୍ଜ କିଶୋର ଗୈ।ଡ,
ଭାବଗ୍ରାହି ମହାପାତ୍ର,ରମାକାନ୍ତ ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସୁବାସ ଚନ୍ଦ୍ର ନନ୍ଦ,ଦଣ୍ଡପାଣି ଡାକୁଆ,ବିପିନ ପ୍ରଧାନ,
ମହେଶ୍ବର ଗୈ।ଡ, ଦାମୋଦର ଦାସ,ଦେବେନ୍ଦ୍ର ନାଇକ,ବିଜୟ କୁମାର ଗୈ।ଡ, ସଞ୍ଜୟ କୁମାର ରାଉତ,ଆଶିଶ କୁମାର ନାଇକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।