ମୟୂରଭଞ୍ଜ- ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ବ୍ଳକ ଅଧିନ ଶିଳଘଟୀ ପଞ୍ଚାୟତର କେନ୍ଦୁଆମୁଣ୍ଡି ଗ୍ରାମର ଅବସର ପ୍ରାପ୍ତ ସେନା କର୍ମଚାରୀ ଲମ୍ବୋଧର ମାରାଣ୍ଡିଙ୍କର ୮୫ ବର୍ଷରେ ପରୋଲକ ଘଟିଥିବା ବେଳେ ଅବସରପ୍ରାପ୍ତ ସେନାକର୍ମଚାରୀ ସଂଘ ପକ୍ଷରୁ ତାଙ୍କୁ ଶେଷ ଶ୍ରଦ୍ଧାଞଳି ଜ୍ଞାପନ କରାଯାଇଛି । ସୂଚନା ଅନୁଯାୟୀ ଶ୍ରୀ ମାରଣ୍ଡି ୧୯୩୭ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ଦେଶ ସ୍ଵାଧିନତା ପ୍ରାପ୍ତିର ୭ ବର୍ଷ ପରେ ୧୯୫୪ ମସିହାରେ ଭାରତୀୟ ସେନାବାହିନୀର ସିକନ୍ଦରାବାଦ ରେଜିମେଣ୍ଟ – ୨୧ ରେ ଯୋଗ ଦେଇଥିଲେ । ସେ ତାଙ୍କର କାର୍ଯ୍ୟକାଳ ସମୟରେ ଚୀନ ଓ ପାକିସ୍ଥାନ ଯୁଦ୍ଧ ରେ ସାମିଲଥିଲେ । ଯାହାକୁ ନେଇ ଶ୍ରୀ ମାରଣ୍ଡିଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସୌନ୍ୟସେବା ପଦକ ରେ ସମ୍ମାନୀତ ମଧ୍ୟ କରାଯାଇଥିଲା। ତେବେ ସେ ୨୩ ଅକ୍ଟୋବର ୧୮୭୧ ମସିହାରେ ସେନାବାହିନୀର (ଇଏମଇ ) ବା ଇଲେଟ୍ରୀକାଲ ମେକାନିକାଲ ଇଞ୍ଜିନିୟରିଂ ର ନାଏକ ରିକଭାରି ମେକ୍ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ବୟସାଧିକ କାରଣରୁ ସେ ଅସୁସ୍ଥ ରହି ଆସୁଥିବା ବେଳେ ଗୁରୁବାର ରାତ୍ରୀରେ ତାଙ୍କର କେନ୍ଦୁଆମୁଣ୍ଡିସ୍ଥିତ ବାସଭବନରେ ମୃତ୍ୟୁ ଘଟିଥିଲା । ସେନାବାହିନୀ ର ଅବସର ପ୍ରାପ୍ତ ନାଏକ ଶ୍ରୀ ମାରାଣ୍ଡି ମୃତ୍ୟୁ ଖବର ପାଇ ମୟୁରଭଞ୍ଜ ଜିଲ୍ଲାର ଅବସର ପ୍ରାପ୍ତ ସୈନିକ ସଂଘର ସଭାପତି ସୁବେଦାର ମେଜର ଗଜେନ୍ଦ୍ର ସାହୁଙ୍କ ନେତୃତ୍ଵରେ ଅବସର ପ୍ରାପ୍ତ ସେନାକର୍ମଚାରୀ ଜୟଦିପ କୁମାର ସାହୁ , ପ୍ରଣବ କୁମାର ମହାନ୍ତ ,ମତିଲାଲ ମହାନ୍ତଙ୍କ ସମେତ ଅନ୍ୟ ଅବସର ପ୍ରାପ୍ତ ସେନାକର୍ମଚାରୀ ମାନେ ତାଙ୍କର ବାସଭବନରେ ଉପସ୍ଥିତ ରହି ତାଙ୍କ ମରଶରୀର ଉପରେ ପ୍ରସ୍ପମାଲ୍ୟ ଏବଂ ଜାତୀୟ ପତକା ପ୍ରଦାନ ପୂର୍ବକ ଶେଷ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ତେବେ ଶ୍ରୀ ମାରାଣ୍ଡି ଜଣେ ମିଷ୍ଟାଭାଷି, ପରୋପକାରୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିବା ବେଳେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଳକ ଦ୍ଵୟ ରୁ ସ୍ଵାଧିନତା ସଂଗ୍ରାମକୁ ଦେଖିଥିବା ଏବଂ ଏକ ମାତ୍ର ବୟସାଧିକ ଅବସର ପ୍ରାପ୍ତ ସେନାକର୍ମଚାରୀ ଭାବେ ସେ ପରିଚିତ ଥିଲେ ବୋଲି ଅବସର ପ୍ରାପ୍ତ ସେନାକର୍ମରୀ ସଂଘର ସଦସ୍ୟମାନେ ସୁଚନା ପ୍ରଦାନ କରିଛନ୍ତି ।