ବାଲିଆପାଳ- ଗୁରୁଜନ ମାନଙ୍କର ସ୍ନେହ ସମ୍ବର୍ଦ୍ଧନା ଛାତ୍ର ଛାତ୍ରୀଙ୍କୁ ଭଲ ପଢ଼ିବା ପାଇଁ ପ୍ରେରଣା ଯୋଗାଇଥାଏ।ଆଜିର ଶିଶୁ ଭବିଷ୍ୟତ ର ନାଗରିକ ହୋଇ ଦେଶର ସର୍ବୋଚ୍ଚ ଶାସନ ଦାୟିତ୍ବରେ ତ କେ ତେବେଳ ପ୍ରାସାସନିକ ଅଧିକାରି ଭାବାରେ ସୁଶାସନ ର ଦାୟିତ୍ବ ଗ୍ରହଣ କରିଥାଏ। ସ୍ନେହ ଓ ସମ୍ବର୍ଦ୍ଧନା ପ୍ରେରଣା ର ଉତ୍ସ ହୋଇଥିବାରୁ ଦୈନିକ ଖବର କାଗଜ ପ୍ରମେୟ ଓ ନ୍ୟୁଜ ୭ ପକ୍ଷରୁ ଶନିବାର ବାଲିଆପାଳ ଶାରିରୀକ ପ୍ରଶିକ୍ଷଣ ମହାବିଦ୍ୟାଳୟ ର ସଭା ଗୃହରେ ବ୍ଲକ ରେ ୨୯୨ ଜଣ ଏ ୧ରେ ଉତିର୍ଣ ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ଓ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି। ରାଷ୍ଟ୍ରପତି ପୁରସ୍କୃତ ଅବସର ପ୍ରାପ୍ତ ଶିକ୍ଷକ ଝଡେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସମ୍ବର୍ଦ୍ଧିତ ସଭାରେ ମୁଖ୍ୟ ଅତିଥି କୃଷି ବୈଜ୍ଞାନିକ ଡ ଅଦୈତ୍ୟ ପାତ୍ର , ମୂଖ୍ୟ ବକ୍ତା ବିଜେଡି ରଜ୍ୟ ମହିଳା କାର୍ଯ୍ୟକାରିଣୀ ସଭାପତି ତଥା ରେବତୀ ପତ୍ରିକାର ସମ୍ପାଦିକା ସୁବସିନୀ ଜେନା , ସମ୍ମାନିତ ଅତିଥି ଭାବରେ ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶ, ପ୍ରମେୟ ଖବର କାଗଜ ର ଉତର ବାଲେଶ୍ଵର ସଂସ୍କରଣର ମୁଖ୍ୟ ସତ୍ୟଶିବ ଦାସ ବାଲିଆପାଳ ସୁବର୍ଣ୍ଣ ରେଖା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସଞ୍ଜୟ ଜେନା ପ୍ରମୁଖ ଯୋଗ ଦେଇ ଦେଇ ବକ୍ତବ୍ୟ ମାଧ୍ୟମରେ ବାଲେଶ୍ଵର ଜିଲ୍ଲାରେ ବାଲିଆପାଳ ବ୍ଲକ ସର୍ବାଧିକ ୨୯୨ ଜଣ ଛାତ୍ରୀ ଛାତ୍ର ଏ୧ରେ ପାସ କରିଥିବାରୁ ବାଲିଆପାଳ ମାଟି ଗର୍ବିତ। ପିଲାମାନଙ୍କର ଅଧ୍ୟବସାୟ ଏବଂ ଶିକ୍ଷକ ଙ୍କ ପ୍ରାଚେଷ୍ଟ ରେ ଏମିତି ସଫଳତା ମିଳିଛି ବୋଲି ବକ୍ତବ୍ୟ ମଧ୍ୟ ଆରେ କହିଥିଲ । ଉକ୍ତ ସଭାରେ ବାଲିଆପାଳ ବ୍ଲ୍କର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ। ଅତିଥି ମାନଙ୍କ ଦ୍ଵାର ଏ ୧ ରେ ଉତିର୍ଣ୍ଣ ସମସ୍ତ ଛାତ୍ରୀ ଛାତ୍ର ମାନଙ୍କୁ ମେଡାଲ ସାହିତ ଏକ ପ୍ରମାଣ ପାତ୍ର ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ପିଲାମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଉଥିବା ସମୟରେ ଶିକ୍ଷକ ଅବିଭାବକ ମନେ କରତାଳି ଦ୍ଵାର ଉତ୍ସାହିତ କରିଥିଲେ। ଦୈନିକ ଖବର କାଗଜ ପ୍ରମେୟର ବାଲିଆପାଳ ବ୍ଲକ ର ଲଙ୍ଗଳେଶ୍ବର ର ପ୍ରତିନିଧି କୃପାସିନ୍ଧୁ ପଣ୍ଡା ଅତିଥି ମାନଙ୍କୁ ପୁଷ୍ପ ଗଛ ଦେଇ ସମ୍ବର୍ଦ୍ଧିତ କରିବା ସହିତର ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ପଣ୍ଡା ଙ୍କ ପରିଚାଳନାରେ ସମସ୍ତ କାର୍ଯ ସମାପନ ହୋଇଥିଲା।