କୁନି କୁନି ପିଳାଙ୍କ ସହିତ ସଫଳ ହେଲା ତ୍ରୀରଙ୍ଗା ସୋଭାଯାତ୍ରା

ପଦ୍ମପୁର- ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅଧିନସ୍ଥ କଂସର ଗ୍ରାମରେ ସ୍ବାଧିନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ତ୍ରୀରଙ୍ଗା ଯାତ୍ରା ପାଳିତ ହୋଇ ଯାଇଛି ା କଂସର ଗ୍ରାମ ପଂଚାୟତ ସରପଂଚ ଆନନ୍ଦ ବେହେରା ଙ୍କ ଏକ ନିଆରା ପ୍ରୟାସ  ଦେଖିବାକୁ ମିଲିଥିଲା , କୁନି କୁନି ପିଲା ମାନଙ୍କ ସହ କଂସର ଗ୍ରାମ ସାରା ପରିକ୍ରମା କରି ଭାରତ ମାତା କୀ ଜୟ ରେ ଗ୍ରାମ କମ୍ପି ଉଠିଥିଲା ା  ଏକ ନାଟକୀୟ ଭଙ୍ଗୀରେ କୁନି କୁନି ପିଳାମାନେ ଭାରତ ମାତାର ବୀର ଜବାନ ସାଜିଥିବା ବେଲେ ସରପଂଚ ଶ୍ରୀମାନ ଆନନ୍ଦ କୁମାର ବେହେରା କମାଣ୍ଡର  ସାଜି କିପରି ଭାରତ ମାତାର ର ଶତ୍ରୁ ସଂହାର  କରାଯିବ ସେ ଉପରେ ଅଭିନୟ କରି କୁନି କୁନି ପିଳା ଉତ୍ସାହ କରିଥିଲେ  ା ହର୍ ଘର୍ ତ୍ରୀରଙ୍ଗା ନାରା ଦେବା ସହିତ ପ୍ରତି ଘରେ ଘରେ ତ୍ରୀରଙ୍ଗା ପତାକା ବନ୍ଧା ଯାଇଥିଲା ା ଏହି ତ୍ରିରଙ୍ଗା ଯାତ୍ରା ରେ ଗ୍ରାମର ଅନେକ ଯୁବକ ଏବଂ ଶିଶୁ ମାନଙ୍କ ଯୋଗଦାନ ରେ ତ୍ରୀରଙ୍ଗା ସୋଭା ସଫଳ ହୋଇଥିଲା ା ସମସ୍ତ ଯୁବକ ଏବଂ ଶିଶୁ ମାନଙ୍କୁ ସରପଂଚ ଶ୍ରୀଯୁକ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ା ସେହିପରି ଅଚଂଳ ବାସୀ ମଧ୍ୟ ଶ୍ରୀମାନ ବେହେରାଙ୍କ ଅଭିନବ ପ୍ରୟାସ କୁ ପ୍ରଶଂସା କରିଛନ୍ତି ା

Leave A Reply

Your email address will not be published.