ଦିଲ୍ଲ”ପ୍ରଗତି ଓଡ଼ିଆ ସମାଜ “ତରଫରୁ   ଆଡମ୍ବର ସହ ସ୍ୱାଧୀନତା ଦିବସ ପାଳନ             

ନୂଆଦିଲ୍ଲୀ (ଲଷ୍ମୀନାରାୟଣ ବେବର୍ତ୍ତା )/(ଆ. ପ୍ର).ଗତ ପନ୍ଦର ତାରିଖ ସୋମବାର ଦିନ  ସ୍ୱାଧୀନତା ର 75 ତମ  ପୂର୍ତ୍ତି ଉତ୍ସବ ପରିପ୍ରେକ୍ଷୀରେ ଦେଶ ବ୍ୟାପି  ଅମୃତ ମହୋତ୍ସବ ସହ  ଦେଶର ପବିତ୍ରତମ ସ୍ୱାଧୀନତା ଦିବସ ସମାରୋହ ସହ ପଲ୍ଲୀ ଠାରୁ ଦିଲ୍ଲୀ ଯାଏ,ସରକାରୀ, ବେସରକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ, ଗୃହ କଲ୍ୟାଣ ସଂଗଠନ ଏବଂ ସାମାଜିକ ଓ ସାଂସ୍କୃତିକ ସଂଗଠନ, ସ୍ବେଛାସେବୀ ସଂଗଠନ, ପ୍ରଥିଷ୍ଠାନ ଗୁଡିକ ତରଫରୁ ଘରେ ଘରେ ତ୍ରିରଙ୍ଗା ସହ, ଜାତୀୟ ପତାକା ଉତ୍ତୋଳନ ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଦିଲ୍ଲୀ ମହାନଗର ନିଗମ ରେ ବସବାସ କରୁଥିବା ବିଭିନ୍ନ ପ୍ରବାସୀ ଓଡ଼ିଆ ସଂଗଠନ ଗୁଡିକ ତରଫରୁ ମଧ୍ୟ ସ୍ୱାଧୀନତାର ଅମୃତ ମହୋତ୍ସବ, ଏବଂ ଜାତୀୟ ପତାକା ଉତ୍ତୋଳନ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଦକ୍ଷିଣ ଦିଲ୍ଲୀ ର  ଲଡ଼ୁସାରାଇ ଠାରେ ଥିବା ଦିଲ୍ଲୀ ର  ପୁରାତନ ସାମାଜିକ ଓ ସାଂସ୍କୃତିକ ସଂଗଠନ   “ପ୍ରଗତି ଓଡ଼ିଆ ସମାଜ” ଆନୁକୂଲ୍ୟରେ  ଦେଶର 76 ତମ ପବିତ୍ରତମ  ସ୍ୱାଧୀନତା ଦିବସ ଅତି ଉତ୍ସାହ ସହକାରେ ପାଳନ ହୋଇଯାଇଛି. ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ  ପ୍ରଗତି ଓଡ଼ିଆ ସମାଜ ର ଅଧକ୍ଷ  ସୋମନାଥ ସ୍ବାଇଁ ଙ୍କ ନେତୃତ୍ୱ ରେ  କୁନି କୁନି ଛୁଆ, ମହିଳା,  ଯୁବକ ଓ ସଂଗଠନ ର କର୍ମକର୍ତ୍ତା ମlନେ ଲଡ଼ୁସାରାଇ ହନୁମାନ ମନ୍ଦିର ନିକଟରୁ ଏକ ବିରାଟ ପଟୁଆର ରେ ଭାରତ ମାତାକି ଜୟ, ସ୍ୱାଧୀନ ଭାରତ କି ଜୟ ,ବନ୍ଦେ ମାତାରାମ ଭଳି ସ୍ଲୋଗାନମାନ (ଧ୍ଵନି )ଦେଇ  ତ୍ରିରଙ୍ଗାଯାତ୍ରା କରି  ଜାତୀୟ ଏକତା ଏବଂ ସଂହିତା ର ବାର୍ତ୍ତା ପ୍ରଦାନ କରିଥିଲେ. ପୂର୍ବାହ୍ନ ରେ  ଲଡ଼ୁସାରାଇ ରେ ଥିବା ସର୍ବୋଦୟ ବିଦ୍ୟାଳୟ ନିକଟରେ ଆୟୋଜିତ ଏହି ରାଷ୍ଟ୍ରୀୟ ଉତ୍ସବ ରେ  “ପ୍ରଗତି ଓଡ଼ିଆ ସମାଜର ଅଧକ୍ଷ ସୋମନାଥ ସ୍ବାଇଁ  ଜାତୀୟ ପତାକା ଉତ୍ତୋଳନ କରି  ଅଭିବାଦନ ଗ୍ରହଣ କରିଥିଲେ. ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା.ନିଜଅଭିଭାଷଣ ରେ ଶ୍ରୀ ସ୍ବାଇଁ କହିଥିଲେ  ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଆଦରଣୀୟ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଆହ୍ୱାନ ରେ ଆଜି ସମଗ୍ର ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି. ଜଣେ ଜଣେ ଭାରତର ନାଗରିକ ଭାବେ ଏହା ଆମ ସମସ୍ତ ଙ୍କ ପାଇଁ ଗର୍ବ ଓ ଗୌରବ.ଦେଶ ପାଇଁ ମହାନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ  ନିଷ୍ଠପର,ତ୍ୟାଗ, ବଳିଦାନ ଏବଂ ସେମାନଙ୍କ ଅହରହ ସଂଗ୍ରାମ ପାଇଁ ଆଜି ଆମେ ସ୍ୱାଧୀନତା ପ୍ରାପ୍ତ କରିଛୁ.  ଏ ଦେଶ ଏ ଜାତି ପାଇଁ ସେମାନେ ଚୀର ସ୍ମରଣୀୟ ହୋଇ ରହିବେ. ଦେଶର ଏକତା, ଅଖଣ୍ଡତା ବଜାୟ ରଖିବା ସହ ରାଷ୍ଟ୍ରର ବିକାଶ ପାଇ ପ୍ରତ୍ୟେକ ଭାରତୀୟ ଏକତ୍ରିତ ହୋଇ କିଛି କରିବା ପାଇଁ ସଂକଳ୍ପ ନେବା ଉଚିତ ବୋଲି ଶେଷରେ ଶ୍ରୀ ସ୍ବାଇଁ ମତବ୍ୟକ୍ତ କରିଥିଲେ.ଏଥିସହ ଏହି ଉତ୍ସବ ପାଇଁ ସ୍ବର୍ଗତ ସ୍ୱାଧୀନ ଦାସ ଙ୍କ ଧର୍ମପତ୍ନୀ ଶ୍ରୀମତୀ ସପ୍ନା ଦାସ ଏବଂ ଗଣେଶ କର ପ୍ରଗତି ଓଡ଼ିଆ ସମାଜ କୁ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ଅଧକ୍ଷ ସ୍ବାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ. ଉତ୍ସବ କୁ ଉପସଭାପତି ବିଭୁତି ବେହେରା, ସାଧାରଣ ସମ୍ପାଦକ ରତ୍ନାକର ସୁତାର, ଉପଦେଷ୍ଟା ମହେନ୍ଦ୍ର ସ୍ବାଇଁ ଙ୍କ ସହ ସଂଗଠନ ର ପ୍ରମୁଖ କର୍ମକର୍ତ୍ତା ପରିଚାଳନା କରିଥିବା ଜଣାଯାଇଛି.

Leave A Reply

Your email address will not be published.