ବଙ୍ଗୋମୁଣ୍ଡା – ବଲାଙ୍ଗିର ଜିଲ୍ଲା-ବଙ୍ଗୋମୁଣ୍ଡା ବ୍ଲକ ଏସଟି,ଏସସି,ଓବିସି ମିଳିତ ମଞ୍ଚ ପକ୍ଷରୁ ବଙ୍ଗୋମୁଣ୍ଡା ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ରାଜସ୍ଥାନ ସାୟଲା ସ୍ଥିତ ସୁରାଣା ଶିଶୁ ବିଦ୍ୟାମନ୍ଦିର ଶିଶୁ ହତ୍ୟା ଏବଂ ଓଡିଶା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କପସାଭଟା ଆଦିବାସୀ ଚାଷଜମି ନଷ୍ଟଏବଂ ଘରପୋଡାଯାଇଥିବା ଅପରାଧୀ ଙ୍କୁ କାର୍ଯ୍ୟାନୁଷ୍ଠାନ ଦାବିରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଏହା ପୂର୍ବରୁ ଆମ୍ବେଦକର ଛକ ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଆମ୍ବେଦକର ଛକରୁ ବାଇକ ର୍ୟାଲିରେ ତହସିଲ କାର୍ଯ୍ୟାଳୟ ପହଞ୍ଚି ତହସିଲଦାର ଗୁଣମଣି ସୁନାନୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଦାବିପତ୍ର ପ୍ରଦାନ ସମୟରେ ଜିଲା କନ୍ଧ ସମାଜ ଯୁବ ସଂଗଠନ ର ସଭାପତି ସୁରେଶ ଭୋଇ,ଓବିସି ମୋର୍ଚ୍ଚା ସଭାପତି ଯୋଗେନ୍ଦ୍ର ବଚ୍ଛା,ଲକ୍ଷେ ଘର ଗଣ୍ଡା ସମାଜ ସଭାପତି କୈଲାସ ବାଗ,ବଙ୍ଗୋମୁଣ୍ଡା ଜିଲା ପରିଷଦ ସଦସ୍ୟ ଓମପ୍ରକାଶ କୁମ୍ଭାର,ମିଳିତ ମଞ୍ଚ ର ଆବାହକ ରେଣୁରଞ୍ଜନ ବାଗ,ବିଏମପି ଜିଲା ସଂଯୋଜକ ବୁଦ୍ଧଦେବ ଛୁରା,ଆଇନଜୀବି ବିରେନ୍ଦ୍ର ବାଗ,ସନାତନ ଦୀପ,ତୁଲାରାମ ଦୀପ,ଅଲେଖ ବାଗ,ବହୁଜନ ମୁକ୍ତିମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସୁଶୀଲ କୁମ୍ଭାର,ଗରିବ ସେନା ସଂଗଠନ ବଙ୍ଗୋମୁଣ୍ଡା ସଭାପତି ଦିନେଶ ତାଣ୍ଡି, ମଧୁସୂଦନ ଛୁରା,କମଲ ଛତ୍ରିଆ, ଦିବାକର ବାଗ,ପୂର୍ଣ୍ଣ ଚନ୍ଦ୍ର ଦୀପ.ଯୋଗିନ୍ଦ୍ର ତାଣ୍ଡି,ଦେବରାଜ ମହାନନ୍ଦ,ବିଜୟ କୁମ୍ଭାର ପ୍ରମୁଖଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।