ବନ୍ୟାପିଡିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ

ଜଟଣୀ,୧୯/୮-ଖୋର୍ଦ୍ଧା ବ୍ଲକ ର ନରଣଗଡ଼,ବ୍ରଜମୋହନପୁର,ଓରବରସିଂହ ପଞ୍ଚାୟତରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ତରଫରୁ ବନ୍ୟା ସ୍ଥିତି ସମୀକ୍ଷା ସହ ବନ୍ୟା ବିପନ୍ନଙ୍କ ର ଅସୁବିଧା ବିଷୟରେ ଅନୁଧ୍ୟାନ କରିବା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ମୁନା ଖାଁ,ଖୋର୍ଦ୍ଧା ଜିଲ୍ଲା କୋଷାଧ୍ୟକ୍ଷ ରାଜ କିଶୋର ସ୍ୱାଇଁ,ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ବିଭୂତି ବଳବନ୍ତରାୟ,ଖୋର୍ଦ୍ଧା ବିଧାୟକ ଯୋତିନ୍ଦ୍ର ନାଥ ମିତ୍ର,୧ ନମ୍ବର ଜୋନ ଜିଲ୍ଲାପରିଷଦ ପ୍ରଫୁଲ୍ଲ କୁମାର ଦଳେଇ,ସହ ଖୋର୍ଦ୍ଧା ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ଼ସ଼ିଂହ ମହୋଦୟା ଦାୟିତ୍ଵ ନିର୍ବାହ କରିଥିଲେ.

Leave A Reply

Your email address will not be published.