ନୂଆପଡ଼ା ଜିଲ୍ଲା ସିନାପାଲି ତହସିଲ ଅଧିନସ୍ଥ ଟିମନପୁର ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିନଥିବା ହେଉଛି ଅଭିଯୋଗ। ଆମ ଦେଶ ସ୍ୱାଧୀନତା ହେବ ଦିନ ଠାରୁ ସମସ୍ତ ସରକାରୀ ବେ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ବାଧ୍ୟତାମୂଳକ ଭାବେ ସ୍ଵାଧୀନତା ଦିବସ ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି। କିମ୍ବା ଜଣେ ଭାରତୀୟ ଜନତା ଭାବରେ ମଧ୍ୟ ପାଳନ କରିବା ନିଜର କର୍ତ୍ତବ୍ୟ ରହିଛି। ଚଳିତ ବର୍ଷ ୨୨ ର ଅଗଷ୍ଟ ୧୫ ତାରିଖ ଦିନ ଆମ ସାରା ଭାରତ ବାସୀ ସ୍ୱାଧୀନତା ଦିବସ ପାଳନ କରିଥିଲେ। କିନ୍ତୁ ଟିମନପୁର ରାଜସ୍ବ ନିରୀକ୍ଷକ ପତାକା ଉତ୍ତୋଳନ ନ କରି ଆରାମରେ ଘରେ ବସି ଦିନ କାଟିଥିବା ଜଣାପଡିଛି। ଯାହା ଫଳରେ ସେ ସ୍ବାଧୀନତା ଦିବସ ପାଳନ କରିବା ପାଇଁ ନିଜ କାର୍ଯ୍ୟାଳୟକୁ ଆସିନଥିଲେ। ଏହି ବିଷୟରେ ଆମେ ପ୍ରଥମେ ଟିମନପୁର ନିରୀକ୍ଷକଙ୍କୁ କଲ ମାଧ୍ୟମରେ ଯୋଗାଯୋଗ କରିଥିଲୁ ସେ କହିଥିଲେ। ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ସକାଳ ୫,୩୦ ରେ ପତାକା ଉତ୍ତୋଳନ କରିଥିଲୁ ଓ ତାଙ୍କ ନିର୍ଦ୍ଦେଶ କ୍ରମ ସନ୍ଧିୟା ୫,୩୦ ରେ ପତାକା କାଢି ଥିଲୁ ବୋଲି ତାଙ୍କ ମତ ରଖିଥିଲେ। କିନ୍ତୁ ଆମେ ଅପରାହ୍ନ ୩,୩୫ ସମୟରେ ଯାଇକି ଦେଖିଥିଲୁ ତାଙ୍କ କାର୍ଯ୍ୟାଳୟରେ ଉତ୍ତୋଳନ କରିଥିବାର ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିନଥିଲା। ତା ପରେ ଆମେ ସିନାପାଲି ତହସିଲଦାରଙ୍କୁ ଯୋଗାଯୋଗ କରିଥିଲୁ ସେ କହିଥିଲେ ତଦନ୍ତ କରି ତାଙ୍କ ନାମରେ ନୋଟିସ କରାଯିବ କିନ୍ତୁ ତାଙ୍କ ଦୃଷ୍ଟି ଆକର୍ଷଣ କରିବାର ଆଜକୁ ଚାରି ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ଗ୍ରହଣ ଭଳି ଖବର ମିଳିନାହିଁ ଯାହା ଫଳରେ ଆଇନ ଯିବି,ଦେଶ ପ୍ରେମୀ,ସଂଗ୍ରାମୀ,ସମାଜସେବୀ,ବୁଦ୍ଧି ଯିବି ମହଲରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି।