ଲାଠୋର ରେ ଧୂମଧାମରେ ୭୬ତମ ସ୍ୱାଧୀନତା ଦିବସ ପାଳନ

ଖପ୍ରାଖୋଲ- ଆଜି ଦେଶ ପାଳୁଛି ସ୍ୱାଧୀନତାର 76 ତମ ସ୍ୱାଧୀନତା ଦିବସ।  ସାରା ଦେଶରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ୭୫ବର୍ଷ  ଉପଲକ୍ଷେ ପାଳନ କରିସାରିଛି ଅମୃତ ମହୋତ୍ସବ ।ମୋଦିଙ୍କ ଡ଼ାକରାରେ ଘରେ ଘରେ ଉଡୁଛି ତ୍ରିରଙ୍ଗା। ସ୍ୱାଧୀନତା ପୂର୍ବର ଇତିହାସ କୁ ମନେ ପକାଉଛି ଦେଶ।
       ପ୍ରତ୍ୟେକ ବର୍ଷ ସ୍ୱାଧୀନତା ଦିବସ ପାଳନ ଏବଂ ଆଜିର ସ୍ୱାଧୀନତା ଦିବସ, ପାଳନ ଥିଲା ସବୁଠାରୁ ଅଦ୍ଭୁତ ପୂର୍ବ। ଲୋକଙ୍କର ଆନନ୍ଦ ରେ ଭାରତ ମାତା ଆଜି ଗର୍ବ ଅନୁଭବ କରୁଛି। ସେଥିରୁ ବାଦ ପଡିନି  ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର। ଗାଁ ଠାରୁ ସହରାଞ୍ଚଳ ଆଜି ସକାଳୁ ହୋଇପଡିଛି ଉତ୍ସବ ମୁଖର। ସ୍କୁଲ କଲେଜ ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ସହିତ ସବୁ ଠାରେ ଦେଖିବାକୁ ମିଳିଛି ଆନନ୍ଦର ଲହରୀ। ଏହି ପରିପ୍ରେକ୍ଷୀରେ ଲାଠୋର ପଞ୍ଚାୟତ ର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଧୂମଧାମରେ ସ୍ବାଧୀନତା ଦିବସ କରାଯାଇଛି।ଲାଠୋର ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ସୁଶ୍ରୀ ଜୟଶ୍ରୀ ଭଇଁସାଲ ପତାକା ଉତ୍ତୋଳନ କରିଥିବା ବେଳେ ପଞ୍ଚାୟତ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ସେହିପରି ଲାଠୋର ଦୂର୍ଗେଶ୍ବରୀ ଉଚ୍ଚ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଲାଠୋର ନୋଡାଲ ବିଦ୍ୟାଳୟ ଓ ଜୟ ହିନ୍ଦ୍ ପବ୍ଲିକ ସ୍କୁଲ ରେ ସ୍ବାଧୀନତା ଦିବସ ପାଳନ କରାଯାଇଛି। ଝିପିଝିପି ବର୍ଷା କୁ ଖାତିର ନକରି ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ତ୍ରିରଙ୍ଗା ଉତ୍ତୋଳନ ସମୟରେ ଉପସ୍ଥିତ ଥିଲେ। ଲଗାଣ ବର୍ଷା ଛାତ୍ର ଛାତ୍ରୀ ଙ୍କ ମନୋବଳ କୁ ଭାଙ୍ଗି ପାରି ନଥିଲା। ଛାତ୍ର ଛାତ୍ରୀ ଙ୍କ ମୁହଁ ରେ ଦେଶ ପ୍ରେମ ଓ ଉତ୍ସାହ ସ୍ପଷ୍ଟ ପରିଲକ୍ଷିତ ହେଉଥିଲା। ସମସ୍ତ ଶିକ୍ଷାନୁଷ୍ଠାନ ରେ ପତାକା ଉତ୍ତୋଳନ ପରେ ନୃତ୍ୟ ଗୀତ ଓ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। 

Leave A Reply

Your email address will not be published.