କରୋନା କଟକଣା ଦୁଇ ବର୍ଷ ପରେ ପାଳନ ହୋଇଛି ସ୍ଵାଧୀନତା ଦିବସ 

କଣ୍ଟାବାଞ୍ଜି- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସମସ୍ତ ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ମାନଙ୍କ ସହ ବିଭିନ୍ନ କାର୍ଯ୍ୟାଳୟ ତଥା ରାଜନୈତିକ ଦଳ ମାନଙ୍କ ପକ୍ଷରୁ ୭୬ ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି, କଣ୍ଟାବାଞ୍ଜି ଏନଏସି ପକ୍ଷରୁ ରେଲୱେ ଖେଳ ପଡିଆରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରଖା ଯାଇଥିଲା, ମୁଖ୍ୟ ଅତିଥିଭାବେ ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ, ଏଥିରେ ସହରର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ତଥା କଲେଜର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ପ୍ୟାରେଡ଼ରେ ଭାଗ ନେଇଥିଲେ, କଣ୍ଟାବାଞ୍ଜି ବାଳକ ବିଦ୍ୟାଳୟର ଛାତ୍ର ମାନେ ପ୍ରତ୍ୟେକ ବର୍ଷ ଏନ.ସି.ସି. ଡ୍ରେସ ସହ ପ୍ୟାରେଡରେ ଭାଗ ନିଅନ୍ତି ଓ ସର୍ବ ପ୍ରଥମ ଧାଡ଼ିରେ ଥିବା ବେଳେ ଅନ୍ୟ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନେ ତାଙ୍କ ପଛରେ ଧାଡ଼ିରେ ରହିଥାନ୍ତି, ଦ୍ଵିତୀୟ ଧାଡ଼ିରେ ଲାଇନ୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଏନ.ସି.ସି. ଡ୍ରେସରେ ବହୁତ ସୁନ୍ଦର ଭାବେ ପ୍ୟାରେଡ ପ୍ରଦର୍ଶନ କରିଥିଲେ, ସରକାରୀ ସ୍କୁଲ ମାନଙ୍କର କୁନି କୁନି ଛାତ୍ରଛାତ୍ରୀ ମାନେ ମଧ୍ୟ ଏଥିରେ ଭାଗ ନେଇ ପ୍ୟାରେଡରେ ଭଲ ପ୍ରଦର୍ଶନ କରିଥିଲେ, ହେଲେ ବେସରକାରୀ ସ୍କୁଲ ମାନଙ୍କର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ହାସଲ କରିଥିଲେ, ତଥା ସରକାରୀ ସ୍କୁଲ ଗୁଡିକର ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରେସ ଦେଖିବାକୁ ଭଲ ଲାଗୁନଥିଲା ବୋଲି ଦର୍ଶକଙ୍କ ମାହୋଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି, ତଥା ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କର ଡ୍ରେସ ଦେଖିବାକୁ ଭାରି ଭଲ ଲାଗେ ବୋଲି କୁହାଯାଏ, ତେଣୁକରି ରାଜ୍ୟ ସରକାର ନିଜ ମାନମହତ ରକ୍ଷା କରିବା ପାଇଁ ଆଗାମୀ ଦିନରେ ସରକାରୀ ସ୍କୁଲ ଗୁଡିକର ଡ୍ରେସ ସୁନ୍ଦର କରିଲେ ଏହି ସରକାରୀ ସ୍କୁଲ ଗୁଡିକର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ହାସଲ କରିପାରିବେ ବୋଲି ବୁଦ୍ଧିଜୀବି ମାନଙ୍କର ମାହୋଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି, କଣ୍ଟାବାଞ୍ଜି ଏନ.ଏ.ସି. ନିର୍ବାହୀ ଯନ୍ତ୍ରୀ ଅଧିକାରୀ ଶ୍ରୀ ନିରଞ୍ଜନ ଧଳଙ୍କ ନେତୃତ୍ବରେ ଏନ.ଏ.ସି. ଚେୟାରମ୍ଯାନ ଶ୍ରୀ ବରିୟମ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସମସ୍ତ କାଉନସିଲର ମାନେ ଉପସ୍ଥିତ ଥିଲେ, ସ୍ଥାନୀୟ ତହସିଲଦାର ଶ୍ରୀ ସମୀର ରଞ୍ଜନ ବେହେରା. ରିଟାୟାର ଆର୍ମି କାହ୍ନୁଚରଣ ମିଶ୍ର ଓ ରିଟାୟାର ଆର୍ମି କମାଣ୍ଡୋ କମଳ ବେହେରା. ବିଚାରକ ଭାବେ ନିଯୁକ୍ତ ଥିଲେ ଏବଂ ମଞ୍ଚ ପରିଚାଳନା କରିଥିଲେ କେଭି ଡିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ମିଶ୍ର, ଅନେକ ଗୁଡ଼ିଏ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ସମାନିତ କରିବା ସହ ପୁରସ୍କୃତ ମଧ୍ୟ କରାଯାଇଥିଲା, ଛାତ୍ରଛାତ୍ରୀମାନେ ବର୍ଷା ପାଣିରେ ଭିଜି ଭିଜି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜାଙ୍କ ଆସିବା ବାଟକୁ ଚାହିଁ ରହିଥିଲେ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଛତା ଧରି ଥିବା ବେଳେ ଛାତ୍ରଛାତ୍ରୀମାନେ ବର୍ଷା ପାଣିରେ ଭିଜି ଭିଜି ପ୍ୟାରେଡ଼ରେ ଭାଗ ନେଇ ଜନସାଧାରଣଙ୍କୁ ଏକ ପ୍ରକାର ଦେଶ ପ୍ରତି ପ୍ରେମ ଭକ୍ତି ବାର୍ତ୍ତା ନେଇ ଆସିଛନ୍ତି ବୋଲି ଚଳ ଚାଞ୍ଚଲ୍ଯ ଖେଳି ଯାଇଛି,

Leave A Reply

Your email address will not be published.