ସ୍ୱାଧୀନତା ଦିବସ ପାଳନ କଲେ କଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ବୃନ୍ଦ

ସୁବର୍ଣ୍ଣପୁର- ଆଜି ସକାଳ୯:୩୦ ରେ ସୁବର୍ଣ୍ଣପୁରଜିଲ୍ଲା ସଦରମହକୁମା ଖଦାଳପଡା ସିତଳାଇ ମନ୍ଦିର ନିକଟରେ ଦେଶର୭୫ବର୍ଷ ସ୍ଵାଧୀନତା ଦିବସପୂର୍ତ୍ତି ଅବସରରେଅମୃତମହୋତ୍ସଵ ଏବଂ ୭୬ତମ ସ୍ୱାଧୀନତା ଦିବସକୁ ପାଳନକଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ।ଏହି  ଅବସରରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ପତାକା ଉତ୍ତୋଳନ କରି ଏକ ସଂକ୍ଷିପ୍ତ ଉଦବୋଧନ ଦେଇଥିଲେ। 

ପରାଧିନ ଭାରତକୁ  ତନ, ମନ, ଧନ ଓ ଜୀବନ ଦେଇ ସ୍ଵାଧୀନ କରିଥିବା ପରମପୂଜ୍ୟ ଦେଶସେବକତଥା ମହାପୁରୁଷମାନଙ୍କୁ  ଭକ୍ତିପୂତଶ୍ରଦ୍ଧାଞ୍ଜଳି ଓ କୋଟିକୋଟି ପ୍ରଣାମଜଣାଇଥିଲେ।

ଜିଲ୍ଲାର ବିକାଶ ପାଇଁ ଜନସାଧାରଣ ଆଗକୁ ଆସିବାକୁ ଆହ୍ୱାନ ଦେଇଥିଲେ।

ଜିଲ୍ଲାର ବିକାଶ ପାଇଁ  ଜନସାଧାରଣ ସଂକଳ୍ପ ନେଇ ଆଗକୁ ଆସିଲେ ରାଜନୈତିକ ଓ ପ୍ରଶାସନିକ ସ୍ଥାଣୁତାରେ ସୁଧାର ଆସିବ।

ପ୍ରଶାସନିକ କ୍ରିୟାଶୀଳହେବ ଫଳରେ ଜନସାଧାରଣ  ସୁଫଳ ପାଇପାରିବେ ବୋଲି ଦୃଢକ୍ତିର ସହ ମତବ୍ୟକ୍ତ କରିଥିଲେ। 

ସେହି ଆଭିମୁଖ୍ୟ ନେଇ ସଚେତନ ନାଗରିକ ମଞ୍ଚ କିଛିମାସ ପୂର୍ବରୁ ଗଠନ ହୋଇଥିବା ପ୍ରକାଶ କରିଥିଲେ।

ଆଜି ମଧ୍ୟ ଉଦବୋଧନ ବେଳେ ଜିଲ୍ଲାର ବିକାଶ ପାଇଁ ଯୋଗାଯୋଗ ମୁଖ୍ୟ ଭୂମିକା ନିର୍ବାହ କରିବ ବୋଲି କହିଥିଲେ। ଆଜି ସ୍ୱାଧୀନତାର ୭୬ବର୍ଷ ପାଳନ କରୁଛେ  ହେଲେ ଜିଲ୍ଲାର ବିକାଶରଗତିକୁ ନେଇ ଦୁଃଖପ୍ରକାଶ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାକୁ ରେଳପଥରେ ଯୋଡ଼ାଯାଇନପାରିବାନେଇ ଚିନ୍ତା ପ୍ରକଟ ସହ ଜନସାଧାରଣ ଏହାକୁ ନେଇ ଚୁପ ରହିବା ଠିକ୍ ହୋଉନାହିଁ ବୋଲି ମଧ୍ୟକହିଥିଲେ।

ନାମକୁ ମାତ୍ର ଜିଲ୍ଲାର ସଦର ମହକୁମାଠାରୁ  ୬୦ /୭୦ କିଲୋମିଟର ଦୂରରେ ରେଳପଥ ରହିଅଛି।ଯାହାକି ଜିଲ୍ଲାର ବିକାଶରେ ସହାୟକ ଭୂମିକା ନିର୍ବାହ କରିପାରୁନାହିଁ।

ଖୋର୍ଦ୍ଧା ବଲାଙ୍ଗିର ରେଳପଥ କଛପ ଗତି ଦେଇ କାର୍ଯ୍ୟ ଚାଲିଛି।

ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସହ ଦ୍ଵିତୀୟ ରେଳପଥ ଜିଲ୍ଲାର ବିକାଶର ଗତିକୁ ତୀବ୍ରତର କରିପାରିବ ବୋଲି ସୂଚନା ଦେଇଥିଲେ।

ସେଥିପାଇଁ ଜନସାଧାରଣ ସ୍ବତପ୍ରବୃତ ଆଗକୁ ଆସି ରେଳପଥ ବିଷୟରେ ଜିଲ୍ଲାର ସମସ୍ତ ଫୋରମରେ ଆଲୋଚନା କରିବା ସହିତ ରାଜନୈତିକ ଓ ପ୍ରଶାସନ ନିକଟରେ ଦାବି କରିବା ଠିକ୍ ହେବବୋଲି ମତବ୍ୟକ୍ତ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ ଧିରେନ୍ଦ୍ର କୁମାର ପଟ୍ଟନାୟକ, ରାମକୃଷ୍ଣ ମେହେର ,ଦୁଃଖିରାମ ନାୟକ , ରାମଶଙ୍କରମେହେର,  ସୂର୍ଯ୍ୟ ନାରାୟଣ ଦାସ,  ପ୍ରଦୀପ କୁମାର ପୁରୋହିତ ,ସହଦେଵ ପାତ୍ର ,ନନ୍ଦନ ସେଠି ଓ ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.