ସୁବର୍ଣ୍ଣରେଖା ନଦୀରେ ଦ୍ୱିତୀୟ ବନ୍ୟା ଜଳ ପ୍ରବାହିତ,ବଡ ବନ୍ୟା ଆଶଙ୍କାରେ ତଳିଆ ଅଞ୍ଚଳ ବାସୀ ଭୟଭୀତ, ବନ୍ୟା ମୁକାବିଲା ପାଇଁ ବ୍ଲକ ପ୍ରଶାସନ ପ୍ରସ୍ତୁତ
ବାଲିଆପାଳ- ଉପରମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରବିବାର ସୁବର୍ଣ୍ଣରେଖା ନଦୀରେ ଦ୍ୱିତୀୟ ବନ୍ୟା ଜଳ ପ୍ରବାହିତ ହେବାରେ ଲାଗିଛି। ଦ୍ରୁତ ଗତିରେ ଜଳପତ୍ତନ ବଢୁଥିବାରୁ ବଡ ବନ୍ୟା ଆଶଙ୍କା କରି ବାଲିଆପାଳ ବ୍ଲକ ର ତଳିଆ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ଜୀବନ ଯାପନ କରୁଥିବା ବେଳେ ବନ୍ୟା ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ରୁ ବାଲିଆପାଳ ବ୍ଲକରେ ବ୍ୟାପକ ପ୍ରସ୍ତୁତ ହୋଇଥିବାର ସୂଚନା ମିଳିଛି । ଗଲୁଡ଼ିହା ବେରେଜ ରେ ୧୬ ଟି ଗେଟ ଖୋଲାଯାଇ ବେରେଜ ରୁ ଜଳ ନିଷ୍କାସନ କରାଯାଉଥିବାରୁ ସୁବର୍ଣ୍ଣରେଖାରେ ବଡ ବନ୍ୟା ଆଶଂକା ରହିଛି। ନଦୀ ରେ ବଡ ବନ୍ୟା ଆସିଲେ ବାଲିଆପାଳ ବ୍ଲକର ୧୨ଟି ପଞ୍ଚାୟତର ୩୦ରୁ ଅଧିକ ଗାଁ ବନ୍ୟା ପାଣିରେ ଜଳମଗ୍ନ ହୋଇଯିବା ସହିତ ଗ୍ରାମ ଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ। ଫଳରେ ଲୋକେ ନାହିଁ ନଥିଲା ଅସୁବିଧାର ସମ୍ମୁଖୀନ ହେବେ। ରବିବାର ଅପରାହ୍ନ ଚାରିଟା ସମୟ ରେ ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ବିପଦ ସଙ୍କେତ ଉପରେ ୧୦.୪୧ ରେ ପ୍ରବାହିତ ହେଉଥିବା ବେଳେ ସେଠାରେ ବିପଦ ସଙ୍କେତ ୧୦.୩୬ ରହିଛି। ନଦୀରେ ବନ୍ୟା ଜଳ ବଢ଼ିଲେ ବାଲିଆପାଳ ବ୍ଲକ ର ୧୨ ଟି ପଞ୍ଚାୟତର ୫୫ ଟି ଗ୍ରାମର ୩୦ ହଜାର ରୁ ଅଧିକ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି।ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ନଦୀ କୂଳିଆ ପଞ୍ଚାୟତ ବିଷ୍ଣୁପୁର ପଞ୍ଚାୟତର ସମସ୍ତ ୬ଟି ଗାଁ ବିଷ୍ଣୁପୁର,ନୟାବାଲି,ଇକଡପାଳ,ରସଲପୁର ଓ ରାଉତ୍ରାପୁର,ଜାମକୁଣ୍ଡା ପଞ୍ଚାୟତର ୬ ଟି ଗାଁ ତାଳପଦା,କୁହ୍ଲାଚଡ,ଲଖପାଳ,ପାଳଜାମକୁଣ୍ଡା, କାଳରୁଇ ଓ ଜୁଣପାହି,ବାଲିଆପାଳ ପଞ୍ଚାୟତର ୫ ଟି ଗାଁ ତଳ ବାଲିଆପାଳ,ସୁଙ୍ଗମୁହଁ,କୁଦମାନସିଂହ,ଆଠବାଟିଆ ଓ ଗୁନାପୁର।ମଧୁପୁରା ପଞ୍ଚାୟତର ୩ ଟି ଗାଁ ଚଡବସ୍ତ କାଳରୁଇ,ଚୌଧୁରୀକୁଦ ଓ ପଞ୍ଚରୁଖି ସେହିପରି ଅସ୍ତି ପଞ୍ଚାୟତର ୯ ଟି ଗାଁ ଶରଧାରସାହି,ବଢ଼ାପାଳ, ଚଡ ବଢ଼ାପାଳ,ଅସ୍ତି,ପାରୁଳିଆ,ଖାଳପାଖ, କଣ୍ଟାଡ଼ିହା,କଣ୍ଟାବଣି ଓ ସୁର୍ଯାପୁର।ସେହିପରି ଘଣ୍ଟୁଆ ପଞ୍ଚାୟତର ୪ ଟି ଗାଁ ଧରମଦୁଆର,ମାଳିକୁଦ,ଘଣ୍ଟୁଆ, ବଡକସବା।ନିଖିରା ପଞ୍ଚାୟତର ୬ ଟି ଗାଁ ପାଳବେଗୁନିଆ ,ପାଳପଡା, ଚଡପାଳପଡା, ମଝିପଡା,ପାଳଚମ୍ପେଇ,ତଳଧାନନ୍ଦା।କୁମ୍ଭାରୀ ପଞ୍ଚାୟତର ୬ ଟି ଗାଁ ଝଲଝଲିଆ,ନୂଆସାହି, ଗୁଆପଡା,କୁମ୍ଭାରୀ, ତାପୂଣ୍ଡିଆ,ସୁନାକଣିଆ ସେହିପରି ଶ୍ରୀରାମପୁର ପଞ୍ଚାୟତର ୫ ଟି ଗାଁ ରେମୁ,ଧାନନ୍ଦା, ନେପୁରା, ଶ୍ରୀରାମପୁର,ବିଲକୁମ୍ଭାରୀ।ଦେଭୋଗ ପଞ୍ଚାୟତର ୫ ଟି ଗାଁ ଡୁମିଚକ,ଖାଳମୁହାଁଣି,ଦାନ୍ତୁଣିଦା,
ନୁଆଗାଁ, ବିଷ୍ଣୁପୁର ଆଦି ଗାଁ ଗୋଡିକ ପ୍ରଭାବିତ ହେବର ଆଶଙ୍କା ରହିଛି।୨୦୦୮ ମସିହାରେ ୩ ଲକ୍ଷ ୭୫ ହଜାର କ୍ୟୁସେକ ପାଣି ଆସି , ନାହିଁ ନ ଥିବା କ୍ଷତି ଘଟାଇ ଥିଲା।ସେତେବେଳର ଦୁଃଖ ଆଜିବି ଲୋକଙ୍କ ମନରୁ ଲିଭନି ନଥିବା ବେଳେ ରବିବାର ପୂର୍ବାହ୍ନ ରୁ ଗାଲୁଡିହ ବେରେଜରୁ୫ ଲକ୍ଷ ୯୦ ହଜାର କ୍ୟୁସେକ ପାଣି ଛଡ଼ାଯାଇଛି ବୋଲି ସରକାରୀ ରିପୋର୍ଟ ରହିଛି।ସେହି ତୁଳନାରେ ଆକଳନ କରିବାବେଳକୁ ବନ୍ୟାରେ ବ୍ୟପକ କ୍ଷୟ କ୍ଷତି ହେବ ବୋଲି ଅନୁମାନ କରାଯାଉଛି ।ପ୍ରଶାସନ ବନ୍ୟାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି ବୋଲି ଉଭୟ ତହସିଲଦାର ଓ ବିଡ଼ିଓ ଡାଇତ୍ୱରେ ଥିବା ଦୀପକ କୁମାର ଦାଶ କହିଛନ୍ତି।ଦୁଇଟି ଏନଡିଆରଏଫ ଟିମ ସହିତ ଅଗ୍ନିଶମ ବିଭାଗ,ସମସ୍ତ ପଞ୍ଚାୟତର ସରପଞ୍ଚ,ବ୍ଲକ ପ୍ରଶାସନ,ଲୋକପ୍ରତିନିଧି ଓ ସ୍ବେଛାସେବୀ ଅନୁଷ୍ଠାନକୁ ସଜାଗ ରହିଛନ୍ତି। ତଳିଆ ଅଞ୍ଚଳରୁ ଆବଶ୍ୟକ ମୁତାବକ ଲୋକଙ୍କୁ ସ୍ଥାନାଂନ୍ତର କରାଯିବ ବୋଲି ତହସିଲଦାର ଶ୍ରୀ ଦାଶ କହିଛନ୍ତି।