ଜିଲ୍ଲା ଆଇନ ସେବା ପ୍ରାଧୂକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା

ବାରିପଦା- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ ବାରିପଦା ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ସ୍କୁଲ ମାନଙ୍କରେ ଥିବା ଆଇନ ସ୍ବାକ୍ଷରତା କ୍ଲବ ବା ଷ୍ଟୁଡେଣ୍ଟ ଲିଗାଲ ଲିଟେରାସୀ କ୍ଲବ ର ସଦସ୍ୟ ଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗୀତା ରେ ମୁଖ୍ୟ ଅତିଥ୍‌ ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଏବଂ ଦୌରା ଜଜ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ଭାବେ ସ୍ବତନ୍ତ୍ର କୋର୍ଟ (ପୋକସେ) ଶ୍ରୀମତୀ ସୁମିତା ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଶିବାନୀ, ରେଜିଷ୍ଟ୍ରାର ଜିଲ୍ଲା କୋର୍ଟ ଶ୍ରୀ ଆଶିଷ କୁମାର ପରିଚ୍ଛା ଓ ଅତିରିକ୍ତ ବରିଷ୍ଠ ଦେୱାନୀ ଜଜ ଶ୍ରୀମତୀ ଅପୂର୍ବା ଚୌଧୁରୀ ପ୍ରମୁଖ ଯୋଗଦାନ କରିଥିଲେ। ଅନୁଷ୍ଠିତ ହୋଇଥିବା କ୍ଷୁଦ୍ର ନାଟକ, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଏବଂ ବକ୍ତୃତା ପ୍ରତିଯୋଗୀତା ପାଇଁ ସ୍ବତନ୍ତ୍ର କୋର୍ଟ (ପୋକସୋ) ଶ୍ରୀମତୀ ସୁମିତା ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଶିବାନୀ,

ଅତିରିକ୍ତ ବରିଷ୍ଠ ଦେୱାନୀ ଜର୍ଜ ଶ୍ରୀମତୀ ଅପୂର୍ବା ଚୌଧୁରୀ, ଆଇଁନଜୀବୀ ଶ୍ରୀ ତାପସ କୁମାର ଦତ୍ତ ଓ ଶ୍ରୀ ରାଜକିଶୋର ମହାନ୍ତି ପ୍ରମୁଖ ବିଚାରକ ଭାବରେ

ଦାୟିତ୍ୱ ତୁଲାଇଥିଲେ। ଏଥିରେ ଭାଗନେଇଥିବା ବିଭିନ୍ନ ଆଇନ ସ୍ବାକ୍ଷରତା କ୍ଲବ ମାନଙ୍କ ମଧ୍ୟରୁ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ପ୍ରବନ୍ଧ ରେ ଓଡିଶା ଆଦର୍ଶ ବିଦ୍ୟାଳୟ, ମହୁଲିଆ, ରାସଗୋବିନ୍ଦପୁର ର ଜୟନ୍ନ କୁମାର ଜେନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ରାଣୀଭୋଳର ସ୍ବାତୀ ସୁରଭି ସୁତାର ଦ୍ୱିତୀୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମହୁଲିଆ,ରାସଗୋବିନ୍ଦପୁର ର ମଧୁସ୍ମିତା ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ମହୁଲିଆ,

ରାସଗୋବିନ୍ଦପୁର ର ଶ୍ରଦ୍ଧା ରାଣୀ ମଣ୍ଡଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଣୀଭୋଳର ରିକ୍ଷୀକା ଦାସ ଦ୍ବିତୀୟ ଓ

ଭଞ୍ଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଲିଗ୍ନା ନାଥ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ବକ୍ତୃତା ପ୍ରତିଯୋଗୀତା ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ମହୁଲିଆ, ରାସଗୋବିନ୍ଦପୁର ର ଅଭିଜିତ ଘୋଷ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳର ସ୍ବାଭିମାନ ପଣ୍ଡା ଦ୍ବିତୀୟ ଓ ଭଞ୍ଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜିଜ୍ଞାସା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରଯାଇଥିଲା। ଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଶିବାନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ପରିଚାଳନା କରଯାଇଥିଲା |

Leave A Reply

Your email address will not be published.