ବାରିପଦା- ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ବାରିପଦା ର ରୟାଲ ମ୍ୟୁଜିକ ୟୁଟୁବ ଚ୍ୟାନେଲ ରେ “ନନ୍ଦସୁତ କଳା କଂହେଇ” ଗୀତଟି ମୁକ୍ତିଲାଭ କରିଛି। ପ୍ରାଧ୍ୟାପକ ସୁନୀଲ ଜେନାଙ୍କ ଗୀତ ରଚନା ଓ ସଙ୍ଗୀତ ନିର୍ଦେଶନାରେ ଏହି ଗୀତଟିକୁ ଗାଇଛନ୍ତି ଓଡ଼ିଶାର ଉଦିୟମାନ ଗାୟକ ସାଗର ଲେଙ୍କା।ଗୀତଟି ର ଭିଡିଓ ନିର୍ଦେଶନା ଲିଟନ ପଟ୍ଟନାୟକ ଦେଇଥିବା ବେଳେ ଫୋଟ ଉତ୍ତଳନ କରିଛନ୍ତି ଲବ କୁମାର।ତେବେ ଏହି ଗୀତଟିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି କୁନ୍ଦନ ଭଞ୍ଜ,ଉମା ଦେ, ଓ ସୁକାନ୍ତ ଜୀଉ।ଗୀତଟିର ଭିଡିଓ ସୁଟିଙ୍ଗ ମୟୂରଭଞ୍ଜ, ରାଜବାଟି,ବାବୁସାହି ରେ ହୋଇଥିଲା ବେଳେ ଗୁରୁକୂଳ ଡ୍ୟାନ୍ସ ଓ ଭିଜୁଆଲ ଏକାଡେମୀ ର କଳାକାରମାନେ ଗୀତାର ନୃତ୍ୟାନ୍ସ ରେ ଅଂଶଗ୍ରହଣ କରିଥିଲେ।ତେବେ ଗୀତଟି ଶ୍ରୋତା ମାନଙ୍କ ଦ୍ୱାରା ବେଶ ଆଦୃତ ହେବ ବୋଲି ରଚନା ଓ ସଙ୍ଗୀତ ନିର୍ଦେଶକ ସୁନୀଲ ଜେନା ଆଶାପ୍ରକାଶ କରିଛନ୍ତି।