ମୟୂରଭଞ୍ଜ- ଲଘୁଚାପ, ଲଘୁଚାପ, ଲଘୁଚାପ ଆସିଲା ଆଉ ଛାଡ଼ି ଚାଲିଗଲା। ଏହି ଲଘୁଚାପ ରେ ସାରା ମୟୂରଭଞ୍ଜ ଜିଲ୍ଲାରେ ଲାଗିରହିଥିଲା ଲଗାଣ ବର୍ଷା।ଅସ୍ତବ୍ୟସ୍ତ କରି ଦେଇଥିଲା ଧନ ଜୀବନ। ହେଲେ ଲଘୁଚାପ ଜନିତ ଲଗାଣ ବର୍ଷା ସିନା ଛାଡି ଯାଇଛି ମାତ୍ର ଦେଇଯାଉଛି ଦୁଃଖ । କେଉଁଠି ଜଳବନ୍ଦୀ ରେ ବିତୁଛି ଜୀବନ ତ ଆଉ କେଉଁଠି ବନ୍ୟା ଜଳରେ ଭାସି ଘଟୁଛି ମୃତ୍ୟୁ ।ଏଭଳି ଘଟଣାକ୍ରମେ ଲଗାଣ ବର୍ଷା ପ୍ରଭାବରେ ଦୁନୀଆ ଦେଖିବା ପୂର୍ବରୁ କାନ୍ଥ ତଳେ ଚାପି ହୋଇ ଦୁଇ ଅଜ୍ଞାନ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ମାତ୍ର ଏହି ଦୃୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩ ବର୍ଷର ଶିଶୁ ପୁତ୍ର ଏବଂ ମାଆ ।ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ଅନ୍ତର୍ଗତ ଉଦଳା ଥାନା ଅଧିନ ରାଇଡାହୀ ଗ୍ରାମରେ । ରାଇଡାହୀ ଗ୍ରାମର ଗଣେଶ ସିଂ ପରିବାର ଭୋରଣ ପୋଷଣ ପାଇଁ ଜିଲ୍ଲା ବାହାରକୁ କାମଧନ୍ଦା ପାଇଁ ଯାଇଥିବା ବେଳେ ଘରେ ତୁଳସୀ ସିଂ ନିଜର ଗୋଟିଏ ଝିଅ ଏବଂ ୨ ପୁଅଙ୍କ ସହିତ ରହି ଆସନ୍ତି । ତେବେ ସୋମବାର ରାତିରେ ସେମାନେ ଘରେ ଶୋଇଥିଲେ। ଲଗାଣ ବର୍ଷା କାରଣରୁ ଦୁର୍ବଳ ହୋଇ ପଡ଼ିଥିବା ଘରର କାନ୍ଥଟି ହଠାତ ମଧ୍ୟରାତ୍ରିରେ ଭୁଶୁଡି ପଡିଥିଲା।ଯାହାଫଳରେ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ ୩ କୋମଳମତୀ ଶିଶୁ।କଥାରେ ଅଛି “ଏକା ବୋକା”।ପାଖରେ ମା ଥିଲେବି ରାତିରେ ସେ ହୋଇପଡିଥିଲେ ନିରୁପାୟ।ଆଉ ଚିତ୍କାର ପରେ ଚିତ୍କାର କରିଚାଲିଥିଲେ ସାହି ପଡ଼ିଶାଙ୍କୁ। ସେହି ଚିତ୍କାର ସମୟ ଭିତରେ ମାଆ ତୁଳସୀ କେବଳ ସାନ ପୁଅକୁ ଉଦ୍ଧାର କରିଥିବା ବେଳେ ୮ ବର୍ଷର ବଡ଼ ଝିଅ ଯଶୋଦା ସିଂ ଏବଂ ୬ ବର୍ଷର ପୁଅ ଜ୍ୟୋତି ଶଙ୍କର କାନ୍ଥ ତଳେ ଚାପି ହୋଇ ରହିଥିଲେ। ପରବର୍ତ୍ତୀ ସମୟରେ ତୁଳସୀଙ୍କ ଚିତ୍କାରରେ ଦୌଡି ଆସିଥିଲେ ପାଖ ପଡ଼ୋଶୀ ଲୋକେ ଆସି ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ । ଏବଂ ସଂଙ୍କଟାପନ୍ନ ଅବସ୍ଥାରେ ଦୁଇ ନାବାଳକ ଯୋଶଦା ଓ ଜ୍ୟୋତି ଶଙ୍କରଙ୍କୁ ଉଦଳା ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ୨ ନାବାଳକଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକ କୂଳ ପରିବେଶ ସୃଷ୍ଟି ହୋଇଛି।ତେବେ ଏ ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ବିଧାୟକ ଭାସ୍କର ମଢେଇ ଉକ୍ତ ପରିବାର ପାଖରେ ପହଞ୍ଚି ଘରର ମୁରବି ନ ଥିବାରୁ ଦୁଇ ମୃତ ଶିଶୁର ମୃତ ଶରୀରକୁ ଡାକ୍ତରଖାନାକୁ ନେଇ ଯୋଶଦା ଓ ଜ୍ୟୋତିଶଙ୍କର ଙ୍କ ମାଙ୍କ ଉପସ୍ଥିତିରେ ଶବବ୍ୟବଛେଦ କରାଇ ତାଙ୍କ ରାଇଡାହୀ ଗାଁକୁ ପଠାଇଥିଲେ।