ସିନାପାଲି ରେ ଦିନ ଦୟାଲ ଗ୍ରାମୀଣ କୌଶଳ ଯୋଜନାର କର୍ମ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି 

ସିନାପାଲି,- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଗ୍ନିଶମ ପଡିଆ ଠାରେ ଦିନ ଦୟାଲ ଗ୍ରାମୀଣ କୌଶଳ ଯୋଜନାର କର୍ମ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଲକ ଉପାଅଧ୍ୟକ୍ଷା ଶ୍ରୀମତୀ ମିନା ଘିଭେଲା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସଦାଶିବ ନାଏକ,ନୂଆପଡ଼ା ଜିଲ୍ଲା ସଂଯୋଜକ କମଳାକାନ୍ତ ରଥ, ୟୁନିଶେଫର ୱାସ୍ ଫାଇନନ୍ସିଂ କଂଶଲ୍ଟଟେଣ୍ଡ ଶ୍ରୀ ଦୀପକ ପଟ୍ଟନାୟ, ବିପିଏମ୍ ଶରତ ଚନ୍ଦ୍ର ଦୀପ,ବିଏଲ୍ ସି,ରୋହିତ କୁମାର ସୁନାନି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମଟିକୁ ରୁପେଶ ମେହେର ପରିଚାଳନା କରିଥିବା ବେଳେ ଏ କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ଶ୍ରୀ ରଥ ଉପସ୍ଥିତ ରହି, ବ୍ଲକର ୨୭ ଗୋଟି ଗ୍ରାମପଞ୍ଚାୟତର ଶିକ୍ଷିତ ଯୁବକ ଯୁବତୀ ବେରୋଜଗରୀ ବହୁ ମାତ୍ରାରେ ଅଂଶ ଗ୍ରହଣ କରିଥିଲେ। ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ବିନା ମୂଲ୍ୟରେ ତାଲିମ ନେଇ ନିଜର ରୋଜଗାର ପନ୍ଥା ବଢିବ ଏ ନେଇ ବ୍ଲକ ଉପାଅଧ୍ୟକ୍ଷ।,ବିଡିଓ ଓ ବିପିଏମ ପୁଙ୍ଖାନୁ ପୁଙ୍ଖ ଉପସ୍ଥିତ ଭାବରେ ଥିବା ବେରୋଜଗାରୀ ଯୁବକ ଯୁବତୀଙ୍କୁ ବୁଝାଇଥିଲେ। ଅନେକ ଯୁବକ ଓ ଯୁବତୀ ଆକୃଷ୍ଟ ହୋଇ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପଞ୍ଜିକୃତ କରିଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ପୂର୍ବରୁ ଅନେକ ଯୁବକ ଯୁବତୀ ତାଲିମ ନେଇ ସ୍ଵାବଲମ୍ବି ହୋଇଛନ୍ତି ବୋଲି ଲୋକଙ୍କୁ ବୁଝାଇଥିଲେ |ଅନେକ ଯୁବକ ଓ ଯୁବତୀ ଆକୃଷ୍ଟ ହୋଇ ଏହି କାର୍ଯ୍ୟକ୍ରମରେ ୧୨୧ ଜଣ ବେରୋଜଗାରୀ ଯୁବକ ଯୁବତୀ ଅଂଶ ଗ୍ରହଣ କରି ପଞ୍ଜୀକୃତ କରିଥିବା ଜଣାପଡିଛି।

Leave A Reply

Your email address will not be published.