ସାର ବିକ୍ରି ନେଇ କ୍ରୁଷି ଅଧିକାରୀ କଲେ ଯାଞ୍ଚ 

ପଦ୍ମପୁର ଉପଖଣ୍ଡ ଗାଇସିଲାଟ ସହକାରୀ କ୍ରୁଷି ଅଧିକାରୀ ମାନେ ସାର ବିକ୍ରି କୁ ନେଇ ସାର ଦୋକାନ ମାନଙ୍କୁ ଯାଞ୍ଚ କରିଛନ୍ତି ା ସହକାରୀ କ୍ରୁଷିଅଧିକାରୀ ମଧୂସ୍ମିତା ମିଶ୍ର,ଗ୍ରାମ୍ୟ କ୍ରୁଷି ଅଧିକାରୀ (ତାଲପାଲି) ଚନ୍ଦନ କିଶୋର ବାଗ,ଜିତେନ୍ଦ୍ର ବାଗ ଗ୍ରାମ୍ୟ କ୍ରୁଷି ଅଧିକାରୀ (କଟାବାହଲ) ପ୍ରମୁଖ ଗାଇସିଲାଟ୍ ବ୍ଲକ ର କେତେକ ଦୋକାନା ବୁଲି ଯାଞ୍ଚ କରିଥିବା ସୂଚନା ମିଲିଛି ା ତାଲପାଲି ସ୍ଥିତ ସାର ବିକ୍ରେତା ଅଜିତ କୁମାର ଦାଶଙ୍କ ଗୋଦାମ ଘର ଯାଞ୍ଚ କରା ଯାଇଥିଲା ା ଗୋଦାମ ଘରରେ ମୁଖ୍ୟତ ୟୁରିୟା ସାର ଥିଲା,ଗୋଦାମ  ସହ POS ମେସିନ୍ ଦସ୍ତାବିଜ୍ ସାରବିକ୍ରି ଖାତା ଏବଂ ଅନ୍ୟାନ୍ୟ କାଗଜ ପତ୍ର ଯାଞ୍ଚ କରିଥିଲେ ା ଅଧିକାରୀ ମାନଙ୍କ ଉପସ୍ଥିତି ରେ କିଛି ଜଣ ଚାଷି ସାର କିଣିଥିଲେ ା ଯାଞ୍ଚ ପରେ ଜଣା ପଡିଲା ଶ୍ରୀ ଅଜିତ ଦାଶ ସଠିକ ଭାବରେ ଚାଷି ଙ୍କୁ ସାର ବିକ୍ରୟ କରୁଛନ୍ତି ା କ୍ରୁଷି ବିଭାଗ ତରଫ ରୁ ବୁରେମୁଣ୍ଡା, ଗାଇସିଲାଟ୍,ଡାଙ୍ଗବାହଲ ରେ ଥିବା ସାର ଦୋକାନ କୁ ମଧ୍ୟ ଯାଞ୍ଚ କରାଯାଇଥିବା ସୂଚନା ମିଲିଛି ା

Leave A Reply

Your email address will not be published.