ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

ବାରିପଦା- ବାରିପଦା ସହରର ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କେନ୍ଦ୍ରୀୟ ପ୍ରତିନିଧି ଦଳ ଆସି ପରିଦର୍ଶନ କରିଥିବାର ଜଣାପଡିଛି। ବରିଷ୍ଠ ରିସର୍ଚ୍ଚ ଫେଲୋ ନୈନା ପଟେଲଙ୍କ ନେତୃତ୍ୱରେ ରାହୁଲ ଶର୍ମା, ଶୁଶ୍ରୀ ନୀତା ତଥା ଜିଲ୍ଲା ଡିପିସି କାର୍ଯ୍ୟାଳୟର ବାଳିକା ଶିକ୍ଷା ସଂଯୋଜକ ସପନ ପୃଷ୍ଟି ପ୍ରମୁଖ ଏଠାକୁ ଆସିଥିଲେ ।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ଅନୁଧ୍ୟାନ ବେଳେ ଶିକ୍ଷୟିତ୍ରୀ ମିନର୍ଭା ଦାସ ପ୍ରତିନିଧି ଦଳ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷାର ଆଦାନପ୍ରଦାନରେ ସହାୟତା କରିଥିଲେ । ଏହି ଟିମ ପିଲାମାନଙ୍କର ବିଦ୍ୟାଳୟ ପରିସରରେ ସୁରକ୍ଷା ବିଷୟରେ ଜାଣିବା ସହ ପ୍ରାକୃତିକ ବିପର୍ଯୟ ବେଳେ କିପରି ମୁକାବିଲା କରିବେ ପିଲାମାନଙ୍କଠାରୁ ପଚାରି ବୁଝିଥିଲେ । ପିଲାମାନଙ୍କ ଦ୍ୱାରା ପାରିବେଷିତ ନୃତ୍ୟ ଦେଖି ବିମୋହିତ ହୋଇଯାଇଥିଲେ । ବିଦ୍ୟାଳୟରେ ଥିବା ପାଠାଗାର ତଥା ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସ୍ମାର୍ଟ କ୍ଲାସ ଦେଖି ଅଭିଭୂତ ହୋଇ ଯାଇଥିଲେ ।ସର୍ବପରି ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲର ପିଲାମାନଙ୍କର ଅତୀତର କାହାଣୀ ଓ ବର୍ତ୍ତମାନର ସଫଳତା ବିଷୟରେ ଜାଣି ବେଶ ପ୍ରଭାବିତ ହୋଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ତାଙ୍କ ପୁରା ଟିମର ମିଳିତ ଉଦ୍ୟମ ଫଳରେ ଏହା ସମ୍ଭବ ହୋଇ ପାରିଛି ବୋଲି କେନ୍ଦ୍ରୀୟ ପ୍ରତିନିଧି ଦଳ ପ୍ରକାଶ କରିଥିଲେ ।ପ୍ରାୟ ତିନି ଘଣ୍ଟା ବିଦ୍ୟାଳୟରେ ରହି ବିଦ୍ୟାଳୟ ପରିସରର ଭିଡ଼ିଓ ଗ୍ରାଫି କରିବା ସହ ସମସ୍ତେ ବିଦ୍ୟାଳୟପ୍ରତି ଏହିପରି ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇ ବିଦାୟ ନେଇ ଥିଲେ ।

Leave A Reply

Your email address will not be published.