ରାୟଗଡ ର ଅଧିଷ୍ଠାତ୍ରୀ ଦେବୀ ମା ମଝିଗରିଆଣି ମନ୍ଦିର ହୁଣ୍ଡିରୁ ଦୀର୍ଘ ପାଞ୍ଚମାସ ପରେ ଖୋଲାଯାଇଛି

ରାୟଗଡ- ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ମା ଠାକୁରାଣୀ ଙ୍କ ଭକ୍ତଂକ ଦାନ ହୁଣ୍ଡିରୁ ଗଣତି ପରେ ହୁଣ୍ଡିରୁ ୧ କୋଟି ୧ ଲକ୍ଷ ୨୩ ହଜାର ଟଙ୍କା ଦାନ ସୂତ୍ରରେ ଭକ୍ତ ପ୍ରଦାନ କରିଛନ୍ତି । ପୁଳା ପୁଳା ଟଙ୍କା ୧୦୪ ଗ୍ରାମ ସୁନା ୨୬୭୦ ଗ୍ରାମ ରୂପା ଅଳଙ୍କାର ଏବଂ ବିଦେଶ ମୁଦ୍ରାରେ ଆମେରିକା ଓ ଆପ୍ରିକାର ନୋଟ ବାହାରିଛି । ଦାନ ଆକାରେ ଏହି ଟଙ୍କା ସୁନା ଅଳଙ୍କାର ଭକ୍ତ ମାନେ ହୁଣ୍ଡିରେ ପକାଇଥାନ୍ତି । ଦୀର୍ଘ ୧୨ ଘଣ୍ଟା ଧରି ଗଣତି କରାଯିବା ପରେ ଏହା ବାହାରିଥିବା ମନ୍ଦିର ତରଫରୁ ସୂଚନା ଦିଆଯାଇଥିଲା ବିଶେଷ କରି ଓଡିଶା ସହ ଆନ୍ଦ୍ରପ୍ରଦେଶ ଓ ଛତିଶଗଡ଼ ଭକ୍ତ ମାନେ ଦାନ ଆକାରରେ ଏହି ସବୁ ହୁଣ୍ଡିରେ ଟଙ୍କା ସୁନା ରୁପା ପକାଇ ମାନସିକ ରଖିଥାନ୍ତି । ଭେଙ୍କଟେଶ୍ୱର କଲ୍ୟାଣ ମନ୍ଦିର ଜେମେଶ ଟ୍ୟୁତିରିଆଲ ସବ୍ୟ ମନେ ଗଣତି କାର୍ୟ୍ଯରେ ସହଯୋଗ କରିଥିଲେ । ଗତ ମାର୍ଚ୍ଚ ମାସରେ ହୁଣ୍ଡିରୁ ୭୫ ଲକ୍ଷ ଟଙ୍କା ସହ ୫୪ ଗ୍ରାମ ସୁନା ରୁପା  କୋଷାଗରରେ ଜମା ଦିଆଯାଇଛି ।

Leave A Reply

Your email address will not be published.