ରାଜ୍ୟସଭା ସାଂସଦଙ୍କ ଦ୍ଵାରା ବନ୍ୟାଞ୍ଚଳ ରେ ଖାଦ୍ୟ ବଣ୍ଟନ

ଜଟଣୀ-  ଜଟଣୀ ବ୍ଲକ ବେଣାପଞ୍ଜରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣ୍ଡିଆବିଲି ଓ ବୁଢ଼ାଙ୍ଗରା ଗ୍ରାମ ବନ୍ୟା ଘେରରେ ଥିବାରୁ ଲୋକମାନେ ନାହିଁ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ରାଜ୍ୟସଭା ସାଂସଦ ମୁନା ଖାଁ ଏହି ଅଞ୍ଚଳକୁ ଗସ୍ତକରି ଲୋକମାନଙ୍କର ଅସୁବିଧା ବିଷୟରେ ଆଲୋଚନା କରିବା ସହ କିଛି ଶୁଖିଲା ଖାଦ୍ୟ ଓ ଗୋଖାଦ୍ୟ ବଣ୍ଟନ କରିଥିଲେ । ସାଂସଦଙ୍କ ସହ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ,ଖୋର୍ଦ୍ଧା ଜିଲ୍ଲା କୋଷାଧ୍ୟକ୍ଷ ରାଜ କିଶୋର ସ୍ୱାଇଁ,ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ଉପସଭାପତି ବିଜୟ ଛୋଟରାୟ, ବେଣାପଞ୍ଜରୀ ସରପଞ୍ଚ ପ୍ରତିନିଧି ସାହା ଜାଫର ଅଲ୍ଲୀ, ଏମ, ଡି କୌଶର ,ଗଙ୍ଗାଧର ସାମନ୍ତରାୟ, ସୁଶାନ୍ତ ସାହୁ, ଗୁରୁବାରି ସୁନ୍ଦରାୟ ,ଧବଳେଶ୍ଵର ରାଉତରାୟ ଓ ଅନେକ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।ଶ୍ରୀ ବଳବନ୍ତରାୟ ଗ୍ରାମବାସୀଙ୍କ ପ୍ରତିଶୁତି ଦେଇଥିଲେ ଯେ ଯଥା ଶୀଘ୍ର ପାଣ୍ଡିଆବିଲି ର ସ୍ଥାୟୀ  ବ୍ରିଜ ରାଜ୍ୟ ସରକାରଙ୍କ ଦ୍ଵାରା କରାଯିବ । 

Leave A Reply

Your email address will not be published.