ନଭେମ୍ବର ୨୦ ରେ ୫ମ “ମୟୂରଭଞ୍ଜ ମହୋତ୍ସବ”

ବାରିପଦା- କରୋନା ମହାମାରୀ ପରେ ଚଳିତ ବର୍ଷ ପୁଣି ଅନୁଷ୍ଠିତ ହେବ ପଞ୍ଚମ  “ମୟୂରଭଞ୍ଜ ମହୋତ୍ସବ”। ଏ ନେଇ ସାଇ ବିନାୟକ କଲ୍ୟାଣ ମଣ୍ଡପ ରେ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆସନ୍ତା ନଭେମ୍ବର ମାସ ୨୦ ତାରିଖ ରୁ ୨୭ ତାରିଖ ଯାଏ ୮ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଥମ ଦିନରେ କାର୍ନିଭାଲ ସୋ ଅନୁଷ୍ଠିତ ହେବାକୁ ଥିବା ବେଳେ ୨ ଦିନ ଆଦିବାସୀ  କଳା, ସଂସ୍କୃତି ଓ ପରମ୍ପରା ଏବଂ ଗୋଟିଏ ଦିନ କୁଡୁମାଲୀ କଳା, ସଂସ୍କୃତି ପରମ୍ପରା ନେଇ ଦୁଲୁକିବ ମଞ୍ଚ।  ସେହିପରି ଅନ୍ୟ ଚାରି ଦିନ  ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି କାର୍ଯ୍ୟକ୍ରମ ରେ ବାରିପଦା ପୌରପରିଷଦ ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି ଙ୍କୁ  ମହୋତ୍ସବ କମିଟି ଅଭ୍ୟର୍ଥନା କମିଟିର  ଅଧକ୍ଷ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ତାସହିତ ନୂତନ ଭାବରେ ଉପସଭାପତି ସଞ୍ଜୟ ଚୌଧୁରୀ, ଶୁଭେନ୍ଦୁ ମହାନ୍ତି,ସୁଜିତ ମହାନ୍ତି, ସାଙ୍ଗଠନିକ ସମ୍ପାଦକ ଭାବେ ତାପସ ସରଘରିଆ, ସୌମ୍ୟରଞ୍ଜନ ପଟ୍ଟନାୟକ, ଅମିତାଭ ସାହୁ, ସଞ୍ଜୟ ଆଗ୍ରୱାଲ୍ଲା , ସମ୍ପାଦକ ଭାବେ ଦକ୍ଷିଣା ମହାନ୍ତ, ଇଂ ରମଜାନ ବେଗ, କାର୍ଯ୍ୟକ୍ରମ ସଂଯୋଜକ ଭାବେ ମାନସ ପତି, କୁମାରେଶ ନାୟକ ପ୍ରମୁଖ ସାମିଲ ହୋଇଛନ୍ତି ବୋଲି ମହୋତ୍ସବ କମିଟିର ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା  ଜଣାଇଛନ୍ତି | ମହୋତ୍ସବ ର ଆୟୋଜକ କମିଟି ସଭାପତି ଅସିତ ପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣାନନ୍ଦ ମହାନ୍ତି, ସଞ୍ଜିବ ଦ୍ବିବେଦୀ, ଉମେଶ ପଟ୍ଟନାୟକ, ବିପ୍ଳବ ବାରିକ,ବିପ୍ଳବ ବୁଗୁଡେଇ, ତାପସ ପାଢୀ,ଶୁଭେନ୍ଦୁ ସାହୁ, ପ୍ରସନ୍ନ ମହାପାତ୍ର,ଲଡୁ କିଶୋର ରଣା, ଫାଲ୍ଗୁନି ମହାନ୍ତି,ଅସିତ ଗିରି,ଉମେଶ ସାହୁ,ସତ୍ୟ ସ୍ୱରୂପ ଦାଶ, ଜିତେନ୍ଦ୍ର ହେମ୍ବ୍ରମ ,ସତ୍ୟଜିତ ସୋମ,ନିମାଇଁ ତ୍ରିପାଠୀ,ମୂର୍ଚ୍ଛନା ଦାସ ପଟ୍ଟନାୟକ,ସତ୍ୟମ  ପାଣି,ରାଜୀବ ଜେନା,ପିଣ୍ଟୁ ମାଈତି,ରାକେଶ ବେହେରା,ଅରୁଣ ବରାଡ଼, ଶିବୁ ରଣା,ସୁନୀଲ ନାୟକ, ଶ୍ରବଣ ଗୋପ,କାବେରୀ ମିଶ୍ର, ପାର୍ବତୀ ବାରିକ,ରବିନ ମହାନ୍ତି,ଏସ କେ ରାଜାଖାନ,ଧିରେନ ରାୟ, ଗଣେଶ ମହାନ୍ତି ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସର୍ବ ସମ୍ମତି କ୍ରମେ ମହୋତ୍ସବ ର ସମସ୍ତ କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଛି ବୋଲି ମୁଖପାତ୍ର ସତ୍ୟଜିତ ସୋମ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି

Leave A Reply

Your email address will not be published.