କୁହିକା- ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀକୁ ସ୍ଥାନୀୟ ବିଧାୟକ ବିକାଶ ପାଇଁ ବିଧାନସଭା ରେ ବେସ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ବିକଶିତ ହେବ ଦୁର୍ଗମ ଅଞ୍ଚଳ ,ଗାଁ ଗାଁ କୁ ଯିବ ଢଳେଇ ରାସ୍ତା ଆଉ କାଦୁଅ ପଚପଚ ରାସ୍ତା ରହିବ ନାହିଁ ଏହି ନିର୍ବାଚନ ମଣ୍ଡଳୀରେ ଏସବୁ କୁ ନେଇ ବିଧାୟକ ଘଡେଇ ବେସ ଚିନ୍ତିତ ଥିବା ବେଳେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ମାନମାନୀ ବାରମ୍ବାର ଦେଖିବାକୁ ମିଳୁଛି । ଏପରି କହିବାର ତାତ୍ପର୍ଯ୍ୟ ଏହା କଂସ ପଞ୍ଚାୟତ ର ମୁଖ୍ୟ ରାସ୍ତା ରୁ ଟିକରପଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ପାଖା ପାଖି ୫୦ ପ୍ରତିଶତ ରୁ ଅଧିକ ହେବ କାର୍ଯ୍ୟ ଶେଷ ସାରିଥିଲେ ମଧ୍ୟ କାର୍ଯ୍ୟ ର ସମ୍ପୂର୍ଣ୍ଣ ବିବରଣୀ ପାଇଁ ଫଳକ ଲାଗି ନଥିବା ବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ନିମ୍ନମାନର ହେଉଥିବାର ଅଭିଯୋଗ ହେଉଥିଲେ ମଧ୍ୟ ତଦାରଖ କରିବା ପାଇଁ କନିଷ୍ଠଯନ୍ତ୍ରୀ ଦେଖା ଦର୍ଶନ ମିଳୁନଥିବାର କହିଛନ୍ତି ଲୋକେ । ଏହି ଢାଳେଇ ରାସ୍ତା ପାଇଁ ପ୍ରାୟ ୩୫ ଲକ୍ଷ ର ବ୍ୟୟ ବରାଦ ହୋଇଥିବା କଥା ସ୍ଥାନୀୟ ବାସିନ୍ଦା କହିଛନ୍ତି । ନିର୍ମାଣ କାର୍ଯ୍ୟ ଏତେ ଆଗେଇବା ସତ୍ତ୍ୱେ ବି ଏ ସମ୍ପର୍କିତ ତଥ୍ୟ
ଜନସାଧାରଣଙ୍କୁ ଅନ୍ଧାର ରେ ରଖିଛି । ଏଥିରେ ବ୍ୟାପକ ଘୋଟାଲା ପାଇଁ ମସୁଧା ଚାଲି ଥିବା ବେଳେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ଅନୁପସ୍ଥିତି ଏକ ବଡ଼ ସନ୍ଦେହ ଘେର କୁ ଟାଣି ଆଣୁଛି।
ଗ୍ରାମବାସୀଙ୍କ ଦୀର୍ଘ ବର୍ଷ ର ଦାବିକୁ ସରକାର ପୂରଣ କରି ଗ୍ରାମ କୁ ସବୁଦିନିଆ ରାସ୍ତା ନିର୍ମାଣ କରୁଥିଲା ବେଳେ ଠିକାଦାର ଓ ଯନ୍ତ୍ରୀ ସଲାସୁତୁରା ରେ ଲକ୍ଷ ଲକ୍ଷ ଟଙ୍କା କାର୍ଯ୍ୟକୁ ଅତି ନିମ୍ନମାନର କରାଯାଇ ଟଙ୍କା ହରିଲୁଟ କରାଯାଉଛି ବୋଲି ଅଭିଯୋଗ ହେଉଛି । ଗତ କିଛି ବର୍ଷ ତଳେ ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡେଇ ଏହି ରାସ୍ତା କୁ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ଏହାକୁ ଉଦଘାଟନ ମଧ୍ୟ କରିଥିଲେ । ଏହି ରାସ୍ତା ର ଢଳେଇ ପାଇଁ ସ୍ଥାନୀୟ ବସିନ୍ଧା ବିଧାୟକ ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ହସ୍ତାନ୍ତର କରିଥିବା ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ସ୍ଥାନୀୟ ମୁଖ୍ୟ ରାସ୍ତା ରୁ ଟିକରପଡା କୁ ଫରେଷ୍ଟ କ୍ଲିଅରାନ୍ସ ମିଳୁ ନଥିବା ରୁ ଆଜି ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଥିଲା । ଯଦିଓ ଏହାର ଟେଣ୍ଡର କରାଯାଇ ରାସ୍ତା ର କାର୍ଯ୍ୟ କରାଯାଉଛି ନା ଦେଖା ଅଛି ଠିକାଦାରଙ୍କ ର ନା କାର୍ଯ୍ୟ କ୍ଷେତ୍ରରେ କନିଷ୍ଠ ଯନ୍ତ୍ରୀଙ୍କର ଆବିର୍ଭାବ ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେବ ଗାଦି ମାଡି ବସିଥିବା ଯନ୍ତ୍ରୀଙ୍କ ପତିଆରା କନିଷ୍ଠଯନ୍ତ୍ରୀ ଙ୍କ ଦୀର୍ଘ ବର୍ଷ ସ୍ଥାଇତ୍ୱ ପାଇଁ କାର୍ଯ୍ୟ କ୍ଷେତ୍ର ରେ ଏପରି ଏତେ ଅବହେଳା ଦେଖା ଯାଉଛି କାହିଁକି ? କୌଣସି ବି କାର୍ଯ୍ୟ ସମ୍ବନ୍ଧୀୟ ତଥ୍ୟ ପାଇଁ କଲ କି ମେସେଜ କଲେ,କଲ ନଉଠାଇବା ବା କନିଷ୍ଠ ଯନ୍ତ୍ରୀ ତଥ୍ୟ ଲୁଚାଉଥିବା ରୁ ଏହାକୁ ନେଇ ମନରେ ବହୁ ପ୍ରଶ୍ନ ଉଙ୍କି ମରେ ?