ରାୟଗଡ-ରାୟଗଡ କୋରାପୁଟ ରେଳ ଦୋହାରି କରଣ ଜମି ଅଧିଗ୍ରହଣ ପାଇଁ ଆଜି ଭାଲୁମସ୍କାର ଲୋକମାନଙ୍କ ଅପତି ଅଭିଯୋଗ କୁ ଉପଜିଲାପାଳ ଭୀମସେନ ଶବର ଶ୍ରବଣ କରିଛନ୍ତି। କୋରାପୁଟ ଓ ରାୟଗଡ ରେଳ ଧାରଣା କୁ ଦୋହାରି କରଣ କାମ ୨୦୨୪ ସୁଦ୍ଧା ସାରିବାକୁ କେନ୍ଦ୍ର ସରକାର ଙ୍କ ଯୋଜନା ରହିଛି। ତେଣୁ ଯୁଦ୍ଧ କାଳୀନ ଭିତ୍ତିରେ ଏହି କାମ କୋରାପୁଟ ଟିକିରି ପଟୁ ଚାଲି ଆସୁଛି ତେଣୁ ସରକାର ଧାରଣାର ଉଭୟ ପାର୍ଶ୍ଵରେ ରହିଥିବା ଜମି ଅଧିଗ୍ରହଣ କରି କାମ ଆଗେଇବା ପାଇଁ ତତ୍ପର ଦେଖାଇଛି। ଏଥିରେ ଭାଲୁମସ୍କା,କାଣିପାଇ, ପେଣ୍ଡପାସ୍କା ଗ୍ରାମର ଲୋକମାନେ ଭିଟାମାଟି ହରାଇବେ। ପ୍ରଥମରେ ହେଇଥିବା ବେଳେ କିଛି ଲୋକ କ୍ଷତି ପୁରାଣ ବାବଦକୁ ଚାକିରୀ ପାଇଲେ ଆଉ କିଛି ସର୍ବାହରା ହେଇ ମୁଣ୍ଡରେ ହାତ ଦେଇ କର୍ମ ଆଦରି କରି ରହିଲେ। ତେଣୁ ଏବେ ସେ ଭୁଲ ନ କରି ବେଳହୁ ସାବଧାନ ହେଇ ଆଜି ପାଞ୍ଚ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବୀ ସମୂହ ଗୁଡିକ ହେଲା ଜମି ହରାଙ୍କୁ ଯୋଗ୍ୟତା ଭିତ୍ତିରେ ଚାକିରୀ, ଜମି ବାବଦକୁ କ୍ଷତି ପୁରଣ ଅର୍ଥ ରାଶି ପ୍ରଦାନ, ପଶୁ ଚାରଣ ପାଇଁ ଧାରଣା ପାର କରିବା ପାଇଁ ଓଭର ହେଡ କିମ୍ବା ଅଣ୍ଡର ଗ୍ରାଉଣ୍ଡ ବ୍ରିଜ କରି ରାସ୍ତା ଦେଖାଇବା, ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବା ଭଳି ଅନେକ ଦାବୀ ଉପସ୍ଥାପନା କରିଛନ୍ତି। ପ୍ରକାଶ ଯୋଗ୍ୟ ଏହିକିଯେ ଯେତେ ବେଳ ପର୍ଯ୍ୟନ୍ତ ବ୍ରିଜ କାମ ଆରମ୍ଭ ହେଇନାହିଁ ସେତେବେଳ ପର୍ଯ୍ୟନ୍ତ ଦୋହାରି କାରଣ କାମ କରିବାକୁ ଦିଆଜିବନାହିଁ ବୋଲି ଗ୍ରାମର ମୁଖିଆ କାସ୍ତୁ ପ୍ରସକା, ହରିଶ୍ଚନ୍ଦ୍ର ହିକକା, ଦାସରି କଡ୍ରକା, ଶିରି ପ୍ରସକା, ଜିଲ୍ଲା ହିକକା, ନୀଳ ପ୍ରସକା, ପ୍ରମୁଖ ଚେତାଇ ଦେଇଛନ୍ତି। ଏହି ବୈଠକରେ ଉପ ଜିଲ୍ଲାପାଳ ଶ୍ରୀ ଶବର ବ୍ୟତୀତ, ତହସିଲଦାର ସୁଧାକର ରାଇତ, ଏ ବିଡ଼ିଓ ବଳରାମ ପାତ୍ର, ରାଜସ୍ୱ ନିରୀକ୍ଷକ କୃଷ୍ଣ ଶବର, ପଞ୍ଚାୟତ ସମ୍ପରସାରଣ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସରପଞ୍ଚ ଚୈତନ ତିଆକା, ସମିତି ସଭ୍ୟ ନାଗେଶ୍ୱର ମିନିଆକା, ଗ୍ରାମର ଅନ୍ୟ ଭଦ୍ରବ୍ୟକ୍ତି ମାନେ ଯୋଗଦେଇଥିଲେ।