ନଦୀରେ ଗାଧୋଉଥିବା ସମୟରେ ଭାସିଗଲା ପୁଅ, ଉଦ୍ଧାର କରିବା ପାଇଁ ଯାଇ ନଦୀ ମଝିରେ ଫସିଲେ ବାପା

ରାୟଗଡ- ରାୟଗଡ ସଦର ମହକୁମାର ନାଗବଳି ନଦୀ ଚେକଗୁଡା ଗ୍ରାମ ପାଖରେ ଉଭୟ ପଟକୁ ସଂଯୋଗ କରିବା ପାଇଁ ହାତୀ ପଥର ନିକଟରେ ଏକ ଝୁଲା ପୋଲ ନିର୍ମାଣ କରାଯାଇଛି। ଏହା ଅତି ମନୋରମ ସ୍ଥାନ ହେଇଥିବା ବେଳେ ପର୍ଯ୍ୟଟକଙ୍କ ମନ ମୋହୁଛି ତେଣୁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି କିନ୍ତୁ ସୌନ୍ଦର୍ଯ୍ୟ ରେ ଆକୃଷ୍ଟ ହେଇ ଆସୁଥିବା ପର୍ଯ୍ୟଟକ ମାନେ ମରଣ ଯନ୍ତାରେ ପଡୁଛନ୍ତି। ଏହି ଭଳି ଘଟଣା ଘଟି ଯାଇଛି  ସହର ଉପକଣ୍ଠ ନାଗାବଳୀ ନଦୀ ରେ।  ନଦୀରେ ଉଭୟେ ଗାଧୋଉଥିବା ସମୟରେ ପୁଅ ଭାସିଯିବାରୁ ଉଦ୍ଧାର କରିବା ପାଇଁ ଯାଇ ଫସିଥିଲେ ବାପା। ଦୀର୍ଘ ଦୁଇ ଘଣ୍ଟା ନଦୀ ମଝିରେ ଫସିବା ପରେ ଦମକଳବାହିନୀ ଯବାନ ଉଦ୍ଧାର କରିଥିଲେ। ହେଲେ ଭାସି ଯାଇଥିବା ପୁଅର ପତା ମିଳିପାରି ନାହିଁ। ଦମକଳବାହିନୀ ଯବାନ ମାନେ ଖୋଜାଖୋଜି କରୁଛନ୍ତି। ଉଦ୍ଧାର ହୋଇଥିବା ବାପା ହେଲେ ଏ. ଗୋପାଳ କ୍ରିଷ୍ଣା ଓ ତାଙ୍କ ଘର ଆନ୍ଧ୍ରପ୍ରଦେଶ ରାଜ୍ୟ ଏଲୁର ସହରରେ। ନିଖୋଜ ଥିବା ପୁଅ ହେଲେ ଏ. ଅମରେଶ। ଏମାନେ ଆଜି ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଦର୍ଶନ ପାଇଁ ସକାଳୁ ଆସିଥିଲେ। ଦର୍ଶନ କରିବା ପରେ ପ୍ରାୟ ଦଶ ଜଣ ମିଳିତ ଭାବେ ନାଗାବଳୀ ନଦୀର ଝୋଲାପୋଲ ବୁଲିବାକୁ ଯାଇଥିଲେ। ସେଠାରେ ଗାଧୋଇବା ସମୟରେ ଏହି ଘଟଣା ଘଟିଛି। 

Leave A Reply

Your email address will not be published.