ସିନ୍ଧେକେଲା ମୁଖ୍ୟ ରାସ୍ତା ପାଲଟିଛି ବୁଲା ଗାଈ ଙ୍କ ଆଡ୍ଡାସ୍ଥଳୀ ବଢୁଛି ଟ୍ରାଫିକ ସମସ୍ୟା

ବଙ୍ଗୋମୁଣ୍ଡା- ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ମୁଖ୍ୟ ରାସ୍ତା ଅଣ ଓସାରିଆ ହୋଇଥିବା ବେଳେ ଦିନକୁ ଦିନ ଟ୍ରାଫିକ ସମଷ୍ୟା ବେହାଲ ହେବାକୁ ଲାଗିଛି ତାହା ସାଙ୍ଗକୁ ବୁଲା ଗାଇ ଙ୍କ ପ୍ରାଦୁର୍ଭାବ ଯୋଗୁଁ ସାଧାରଣ ଚଲ ପ୍ରଚଳ ବାଇକ ଆରୋହି ମାନଙ୍କ ଦୁର୍ଘଟଣା କିଛି ନୁଆ କଥା ନୁହେଁ ତେବେ ପ୍ରଶାସନ ଓ ସିନ୍ଧେକେଲା ପଞ୍ଚାୟତ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ ଗାଈ ଗୋରୁ ଖୁଲମଖୁଲା ସିନ୍ଧେକେଲା ଚାନ୍ଦୋତରା ଏସ ଏଚ ୪୨ ରାସ୍ତା ମଝିରେ ଶୋଉଛନ୍ତି ଗାଈ ମାଲିକ ମାନେ ଗାଈ ଜଗୁଆଳି ନ ରଖି ଗାଈ ମାନଙ୍କୁ ଦିନ ବେଳାଓ ରାତି ବେଳାରେ ମଧ୍ୟ ଛାଡ଼ି ଦେଉଛନ୍ତି। ରାତିରେ ଟ୍ରକ, ଚାରି ଚକିଆ ଯାନ ବାହାନ ଯିବା ଆସିବା ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ତେବେ ଏହି ବୁଲା ଗାଈ ଗୋରୁ ଙ୍କୁ କିଭଳି ଗାଈ ଗୋରୁ ମାଲିକ ମାନେ ରାସ୍ତା ରେ ନ ଛାଡି ନିଜ ନିଜ ଘରରେ ରଖିବେ ତାଙ୍କ ପାଇଁ ଠୋସ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳରେ ଦାବି ହେଉଛି।

Leave A Reply

Your email address will not be published.