ଚାଲିଶରୁ ଉର୍ଦ୍ଧ ଲୋକଙ୍କୁ ଆକ୍ରମଣ କରିଥିବା ବେଳେ, କିଛି ଦିନ ତଳେ ଗୋଶାଳାରେ ଛାଡ଼ିଥିଲେ

କଣ୍ଟାବାଞ୍ଜି- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସିରେ କିଛି ବର୍ଷ ହେଲା ଏକ କାଲି ଗାଈ ମାରାଣନ୍ତ୍ର ଆକ୍ରମଣ କରୁଥିବା ବେଳେ ଗାଈର ମାଲିକ କିଏ ଜଣାପଡ଼ୁନି, ବସ ଷ୍ଟେସନ ନିକଟରେ ଏନେକ ଲୋକଙ୍କୁ ଆକ୍ରମଣ କରିଥିବା ବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ଜୀବନ ବଞ୍ଚିଛି, ଏନେଇ କଣ୍ଟାବାଞ୍ଜି ଏନଏସିରେ ବାରମ୍ବାର ଅଭିଯୋଗ ମଧ୍ୟ କରାଯାଇଥିଲା ହେଲେ କୌଣସି କାର୍ଯାନୁଷ୍ଠାନ କେବେ ଗୃହଣ କରି ନଥିଲେ, କିଛି ଦିନ ତଳେ ଜଣେ ଯାତ୍ରୀଙ୍କୁ ଆକ୍ରମଣ କରୁଥିବା ବେଳେ ସ୍ଥାନୀୟ ସମଲେଶ୍ୱରୀ ମାର୍କେଟ କମ୍ପ୍ଲେକ୍ସର ବ୍ୟାପାରୀ ମାନେ କଲବଳ କୌଶଳେ ରକ୍ଷା କରିଥିଲେ, ଓ ଅନେକ ସଂଗଠନ ମିଳିତ ଭାବେ ସମ୍ପୃକ୍ତ କାଲି ଗାଈକୁ ଧରି ସ୍ଥାନୀୟ ଗୋଶାଳାରେ ଛାଡିବାକୁ ନେଇଥିଲେ ହେଲେ ଗୋଶାଳା ମନା କରିଦେଇଥିବା କାରଣରୁ ଉକ୍ତ ଗାଈକୁ ଗୋଶାଳା ବାହାରେ ବାନ୍ଧି ଦେଇ ଚାଲି ଆସିଥିଲ, ସମ୍ପୃକ୍ତ ଯୁବକ ମାନେ ସୂଚନା ଦେଇ କହିଛନ୍ତି ଯେ ତାଙ୍କୁ ମେଣ୍ଟେନେସ ଖର୍ଚ୍ଚ ପନ୍ଦର ହଜାର ଟଙ୍କା ଉକ୍ତ ଗୋଶାଳା ଦାବି କରିଥିଲା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି, ତଥା କିଛି ଦିନ ଉତ୍ତାରୁ ପୁଣି ସହର ଭିତରକୁ ପଶି ଆସି ଆତଙ୍କ ମଚାଉଥିବା କାରଣରୁ ବଜାରପଡାର ଜଣେ ସମାଜସେବୀ ରମେଶ ଜୈନ ଗତ ସତ୍ର ତାରିଖ ଦିନ ଏନଏସିକୁ ପତ୍ର ଲେଖି ଅଭିଯୋଗ କରିଥିଲେ, ହେଲେ ଏନଏସି କୌଣସି ପ୍ରକାର ତତ୍ପରତା ଦେଖାଇ ନଥିବା କାରଣରୁ ଆଜି ତୁରେକେଲା ବ୍ଲକ ଅନ୍ତର୍ଗତ ଘୁନେଶ ଗାଁର ଜଣେ ଜିତେନ୍ଦ୍ର ଦୀପ ବୋଲି ଯୁବକକୁ ମାରାଣନ୍ତ୍ର ଆକ୍ରମଣ କରି ଲହୁଲୁହାଣ କରିଦେଇଛି, ସ୍ଥାନୀୟ ବ୍ୟାପାରୀ ମାନେ ଆହତ ଯୁବକକୁ କାଲି ଗାଈର କବଳରୁ ଉଦ୍ଧାର କରି କଣ୍ଟାବାଞ୍ଜି ହସ୍ପିଟାଲରେ ଚିକତ୍ସା କରେଇବାକୁ ନେଇଥିଲେ, ସେଠାରେ ରମେଶ ଜୈନ ଉପସ୍ଥିତ ରହି ଆହତ ଯୁବକକୁ ଚିକିତ୍ସା ପାଇଁ ସହଯୋଗ କରିଥିଲେ, କିଛି ସମୟ ପରେ ସ୍ଥାନୀୟ ବ୍ୟାପାରୀ ମାନେ ଓ ବଷ୍ଟାଣ୍ଡ କର୍ମଚାରୀମାନେ ଜଣେ ଗାଈ ବ୍ୟବସାୟୀକୁ ଯୋଗାଯୋଗ କରି ଗାଈକୁ ଧରି ଏକ ପିକଓପ ଭେନରେ ଲୋଡିଙ୍ଗ କରିଲା ପରେ, ଏନଏସି ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ଧଳ ପହଞ୍ଚି ଲେଖା ପଢ଼ା କରି ନେବାକୁ କହିଥିଲେ ଓ କଣ ପାଇଁ ନେବ ବୋଲି ପଚାରିବାରୁ ବିକ୍ରି ପାଇଁ ନେବି ବୋଲି ଉକ୍ତ ବ୍ୟବସାୟୀ କହିବାରୁ ଦେବାକୁ ମନା କରିଦେଇଥିଲେ, ଓ ଗାଈକୁ ନେଇ ପୂର୍ବରୁ ଯେଉଁ ଗୋଶାଳା ସମ୍ମୁଖରେ ଛାଡ଼ି ଦିଆଯାଇଥିଲା ସେଇଠି ପୁଣି ରଖିଛନ୍ତି ଏନଏସି ନଗପାଳଙ୍କ ଉପସ୍ଥିତରେ, ଗୋଶାଳା ପୁଣି ଛାଡ଼ି ଦେବ ଓ ଗାଈ ପୁଣି ସହର ଭିତରକୁ ଆସି ପୁଣି ନିରୀହ ଲୋକଙ୍କୁ ଆକ୍ରମଣ କରିବ ବୋଲି ବର୍ତମାନ ଚର୍ଚ୍ଚା ଚାଲିଥିବା ବେଳେ, ଆଗରୁ ଗାଈକୁ ନେଇ ଛାଡ଼ି ଥିବା ଯୁବକଙ୍କ ପ୍ରତିକ୍ରିୟା ଜାଣିବା ପରେ ଗୋଶାଳାକୁ ଆସୁଥିବା ଅନୁଦାନର ଅଡିଟ ରିପୋର୍ଟ ଜାଣିବାକୁ ଚାହୁଁଛନ୍ତି ଅଞ୍ଚଳବାସି, ସରକାରୀ ଅନୁଦାନ କେତେ ଆସୁଛି ଗୋଟିଏ ଗାଈ ପ୍ରତି ଦିନକୁ କେତେ ଖର୍ଚ୍ଚ ହେଉଛି ଟିକି ନିକି ଜାଣିବାକୁ ମତ ପ୍ରକାଶ ପାଇଛି

Leave A Reply

Your email address will not be published.