କନିଷ୍ଠ ଯନ୍ତ୍ରୀଙ୍କ ତଦାରଖରେ ଉଠିଲା ପ୍ରଶ୍ନବାଚୀ, ବିନା ସୂଚନା ଫଳକରେ ରାସ୍ତା କାମ ଶେଷ 

କୁହିକା- ଯେକୌଣସି ସରକାରୀ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କିମ୍ୱା ଆରମ୍ବ ହେବା ସମୟରେ ସୂଚନା ଫଳକ ଲଗାଇବା ବିଧେୟ ଅଟେ ।କିନ୍ତୁ ସୂଚନାଫଳକ ନାଲଗାଇ କାର୍ଯ୍ୟ ଶେଷ ହେବାକୁ ବସିଥିଲେ ମଧ୍ୟ କୌଣସି ସୂଚନା ଫଳକ ଲଗାଯାଇ ନଥିବାର ଅଭିଯୋଗ ହୋଇଛି ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଗ୍ରାମ ପଞ୍ଚାୟତର ହନୁମାନ ବଜାର ସ୍ଥିତ ହଟିଙ୍ଗରେ ନିର୍ମାଣ ହେଉଥିବା କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟରେ ।ଅଭିଯୋଗ ଅନୁଯାୟୀ ଏହି କାର୍ଯ୍ୟକୁ ଏହି ପଞ୍ଚାୟତର  ସମିତିସଭ୍ୟ ସାଲୁକା ହନନାଗ କାର୍ଯ୍ୟ କରୁଥିବା ବେଳେ ସେ ନିଜେ ଏକ ଜନ ପ୍ରତିନିଧି ହୋଇ କିପରି ଭାବରେ ନିୟମ କୁ ଖୋଲମ ଖୋଲା ଉଲଂଘନ କରି ଏହି କାର୍ଯ୍ୟ କରୁଛନ୍ତି ।ସରକାରୀ ନିୟମକୁ ଖୋଲା ଚ୍ୟାଲେଞ୍ଜ କରୁଥିବାର କହିଲେ କିଛି ଭୁଲ ହେବ ନାହିଁ ।ଯଦି ନିଜେ ଜନ ପ୍ରତିନିଧି ହୋଇ ଏମିତି ସରକାରୀ ନିୟମକୁ ଖିଲମଖୁଲା ଉଲଂଘନ କରିବେ ତେବେ ଠିକାଦାର କରି ପରିବାର ପ୍ରତିପୋଷଣ କରୁଥିବା ଅନ୍ୟ ଠିକାଦାର ମାନେ ଜନ ପ୍ରତିନିଧି ମାନଙ୍କ ଠାରୁ କଣ ଶିଖିବେ। ଏଠି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି କି କନିଷ୍ଠଯନ୍ତ୍ରୀ ନିର୍ଦ୍ଦେଶ ଦେଇନଥିଲେ ସୂଚନାଫଳକ ନିର୍ମାଣ ପାଇଁ ନା ଜନ ପ୍ରତିନିଧି ବୋଲି ନିୟମ ଉଲଂଘନ କରିବାର ଅନୁମତି ମିଳିଛି ? କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ବ୍ୟାପକ ଅର୍ଥ ହଡପ କରିବା ପାଇଁ ଯୋଜନା ଚଳାଇ ଥିବା ଏହାର ତଦନ୍ତ ଜିଲ୍ଲା ପ୍ରଶାସନ କରିବା ଦରକାର ବୋଲି ଜନ ସାଧାରଣ ରେ ଦାବି ହୋଇଛି ।

Leave A Reply

Your email address will not be published.